ଚିନ୍ତାମଣିଙ୍କ ସ୍ମୃତି ଚାରଣ ସଭା
ାା ପ୍ରଭାନୁ୍ୟଜ୍ାା କଟକ: ସ୍ଥାନୀୟ ହାତୀ ପୋଖରୀ ସ୍ଥିତ ମା ସରସ୍ୱତୀ ଶିକ୍ଷା ମନ୍ଦିରରେ ଆଦର୍ଶ ଅଧ୍ୟାପକ ତଥା ମେଜର ସ୍ୱର୍ଗତ ଚିନ୍ତାମଣି ଭାରତୀଙ୍କ ଉଦେ୍ଦଶ୍ୟରେ ଶିକ୍ଷା ବିସ୍ତାର ସମିତି ପରିବାରର ମିଳିତ ସହଯୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାଜକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ଦାସ ସଭାର ଉଦେ୍ଦଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି କାମନାର୍ଥେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାଇସ୍ମିତା ଦାସ ଗୁରୁ ସ୍ମୃତି ଉଦେ୍ଦଶ୍ୟ ପ୍ରତ୍ୟକ୍ଷ ଅନୁଭୂତିମୂଳକ ଏକ ସୁନ୍ଦର ନିବନ୍ଧ ପାଠ କରିଥିଲେ । ସାହିତି୍ୟକ କ୍ଷୀରୋଦ ବିଶ୍ୱାଳ ସ୍ୱର୍ଗତ ଚିନ୍ତାମଣି ଭାରତୀଙ୍କର ପ୍ରତିଭା ଓ ଆଦର୍ଶ ଶିକ୍ଷାଦାନ ସଂପର୍କରେ ଆଲୋଚନା କରିଥିଲେ ।