ବଳଦେବଜୀଉଙ୍କ ଦର୍ଶନ କଲେ ସୂରଜ

 କେନ୍ଦ୍ରାପଡ଼ା: ରାଜ୍ୟ ଦକ୍ଷତା ବିକାଶ ଓ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ତ ରେ ଆସି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି  । ମହାପ୍ରଭୁଙ୍କୁ ଦର୍ଶନ କରିବା ସଙ୍ଗେ ବଢ଼ା ଭ୍ରମଣ, ମହଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର, କନକ ଦୁର୍ଗା ମନ୍ଦିର  ଦର୍ଶନ କରିଥିଲେ  । ସାଙ୍ଗରେ  ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ,  ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ,  ବିଜେପି ନେତ୍ରୀ  ଗୀତାଞ୍ଜଳି ସେଠୀ,  କୃଷ୍ଣ ଚନ୍ଦ୍ର ପଣ୍ଡା, ଅମିତାଭ ସୁଆର, ଲକ୍ଷ୍ମୀକାନ୍ତ  ସାହୁ, ରାଜେନ୍ଦ୍ର ପତି, ବିକାଶ ବ୍ରହ୍ମଚାରି, ସେବାୟତ ନୃସିଂହ ପ୍ରସାଦ ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ ଉପସ୍ଥିତ ଥିଲେ  ।