ଚୋରାମଦ ଜବତ : ଜଣେ କୋର୍ଟ ଚାଲାଣ
ରାଜନଗର : ରାଜନଗର ବ୍ଲକ ଇଶ୍ୱରପୁର ଗ୍ରାମର ବଳଭଦ୍ରପୁର ଗ୍ରାମରୁ ୨୧ଲିଟର ୬୪୦ଗ୍ରାମ ଚୋରାମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ଗଜେନ୍ଦ୍ର ବିଶ୍ୱାଳଙ୍କ ପୁଅ ରମେଶଚନ୍ଦ୍ର ବିଶ୍ୱାଳ ଘରେ ବିଦେଶୀ ମ୍ୟାକଡୋଲ ନଂ-୧ ୪୮ବୋତଲ ( ୧୮୦ମି.ଲି.) ଓ ୨୦ବୋତଲ କିଙ୍ଗଫିସର ଷ୍ଟ୍ରଙ୍ଗ ବିଅର (୬୫୦ମି.ଲି.) ଜବତ କରିଛି । ଅଭିଯୁକ୍ତ ରମେଶଙ୍କ ନାମରେ ୧୪୧/୨୫ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ନରେଶକୁମାର ସାହୁ ସୂଚନା ଦେଇଛନ୍ତି ।