ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସମ୍ବଲପୁର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରର ବ୍ରୁକ୍ସହିଲ୍ ଠାରେ ଥିବା ସମ୍ବଲପୁର ଚିଡିଆଖାନାର ବନ୍ୟପ୍ରାଣୀ ଏବଂ ପକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରୀଷ୍ମ ଦାଉରୁ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆରାମକୁ ନଜରରେ ରଖି ଥଣ୍ଡା ପରିବେଶ ସକାଶେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପଦକ୍ଷେପ ନେଉଛି । ଏମାନଙ୍କୁ ଶୀତଳତା ଅନୁଭବ ପ୍ରଦାନ କରିବା ପାଇଁ ବିଭିନ୍ନ ଏନ୍କ୍ଲୋଜରରେ ଜଳ ସିଞ୍ଚନ, ଏୟାର କୁଲର, ବାଉଁଶ ଆସ୍ତରଣ, ନଡ଼ା ଛପର ସହିତ ଖରାଦିନିଆ ଖାଦ୍ୟ ପରିିବେଶ କରାଯାଉଛି । ଏପରିକି ଚିଡ଼ିଆଖାନାରେ ଜଳବାୟୁକୁ ଶୀତଳ ରଖିବା ପାଇଁ ଜଳ ସ୍ପି୍ରଙ୍କଲର ଓ ଜଳାଶୟମାନା ସମସ୍ତ ଏନ୍କ୍ଲୋଜରରେ ରହିଛି । ବିଭିନ୍ନ ଏନ୍କ୍ଲୋଜର ଉପରେ ନଡ଼ା ଛପର କରାଯାଇଛି । ଚିତାବାଘ, ଭାଲୁ ଏବଂ ଅନ୍ୟ ଭାଲୁ ପ୍ରଜାତିର ଜନ୍ତୁଙ୍କ ପାଇଁ ଏୟାର କଣ୍ଡିସନ୍ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ଚିତାବାଘ ଏବଂ ଭାଲୁମାନଙ୍କ ପାଇଁ ବରଫ ଖଣ୍ଡମାନ ରଖାଯାଇଛି । ଦହି, ମହୁ, ତରଭୁଜ ଓ ଆଖୁ ରସ ପରିବେଷଣ କରାଯାଉଛି । ଏହା ବ୍ୟତୀତ ଭିଟାମିନ୍ ଓ ମିନେରାଲ ମିଶ୍ରଣ, ଇଲେକ୍ଟ୍ରୋଲାଇଟ୍ ପାଉଡର ପଶୁପକ୍ଷୀମାନଙ୍କୁ ଦିଆଯାଉଛି । ୧୨ ହେକ୍ଟରରୁ ଊଦ୍ଧ୍ୱର୍ ପରିମିତ ଜମିରେ ଥିବା ସମ୍ବଲପୁର ‘ଜୁ'ରେ ଥିବା ୨୬ଟି ଏନ୍କ୍ଲୋଜରରେ ୧୭ ପ୍ରଜାତିର ୩ଶହରୁ ଊଦ୍ଧ୍ୱର୍ ପଶୁପକ୍ଷୀ ଅଛନ୍ତି । ଅନ୍ୟ ପକ୍ଷରେ ଏହି ଚିଡ଼ିଆଖାନାରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ଯୋଗୁଁ ବର୍ଷକୁ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଉଛି ।