ସାରସ୍ୱତ ବାଲ ମନ୍ଦିରର ବାର୍ଷିକୋତ୍ସବ

 ଜୟପୁର : ସାରସ୍ୱତ ବାଲ ମନ୍ଦିରର ବାର୍ଷିକ ଉତ୍ସବ ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇସାରିଛି । ଏଥିରେ ଜୟପୁର ଗୋଷ୍ଠୀଶିକ୍ଷା ଅଧିକାରୀ  ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ପ୍ରଧାନ ଶିକ୍ଷକ, ଧନପୁର ଉଚ୍ଚ ବିଦ୍ୟାଳୟ ସମ୍ମାନିତ ଅତିଥି ଭାବରେ ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି  ଦେବୀ ପ୍ରସାଦ ଦାସ, ସିଆରସିସି  ସଂଯୁକ୍ତା ରାଉତ , ଅବସର ପ୍ରାପ୍ତ ଆକାଶବାଣୀ ଉଡଘୋଷକ  ଉଦୟ ଶଙ୍କର ଜାନି ଏବଂ ଜୟପୁର ସାହିତ୍ୟ ପରିଷଦର ସଭାପତି  ହରିହର କରସୁଧା ପଟ୍ଟନାୟକ, ଅନୁଷ୍ଠାନର ଉପ ସଭାପତି  ନବୀନ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ  ଚନ୍ଦ୍ର ଶେଖର ମହାପାତ୍ର, ସମ୍ପାଦକ  ନିରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ସହ  ନବୀନ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା । ମୁଖ୍ୟ ଅତିଥିଙ୍କର ଉପସ୍ଥିତି ଏବଂ ମୁଖ୍ୟବକ୍ତାଙ୍କର ଅଭିଭାଷଣ ସମସ୍ତ ଅଭିଭାବକଙ୍କୁ ମୁଗ୍ଧ କରିଥିଲା । ଅତିଥିମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡା ପ୍ରତିଯୋଗିତା, କୌତୁକବେଶ ପ୍ରତିଯୋଗିତା ଏବଂ ଭିନ୍ନ ଭିନ୍ନ ବିଭାଗର ସର୍ବଶ୍ରେଷ୍ଠ ପୁରସ୍କାର ବିତରଣ ପରେ  ଦ୍ୱିତୀୟ ଅଧିବେଶନରେ ପିଲାମାନଙ୍କଦ୍ୱାରା ଶାରୀରିକ ଅଙ୍ଗଭଙ୍ଗୀ ପ୍ରଦର୍ଶନୀ ସହ ଯୋଗାନୃତ୍ୟ, ୧୨ଟି ନୃତ୍ୟ, ସଙ୍ଗୀତ ପରିବେଷଣ ୨ଟି, କବିତା ଆବୃତ୍ତି ୩ଟି ସହିତ ତିନୋଟି ଅଣୁ ନାଟିକା ପରିବେଷଣ କରାଯାଇଥିଲା । ଯାହାକୁ ସୁନ୍ଦର ଭାବରେ କୁନି କୁନି ପିଲାମାନେ ଉକôୃଷ୍ଟ ସଂଯୋଜନାରେ ସଂଯୋଜିତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀମାନେ ଭିନ୍ନ ଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ବେଶ ପୋଷାକରେ ନିଜକୁ ପ୍ରଦର୍ଶନ କରାଇଥିଲେ ।  ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା  ରିତାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।