ପ୍ରେମିକାକୁ ପ୍ରତାରଣା କରି ଯୁବକ ଗିରଫ
ଧର୍ମଶାଳା : ଏହି ଥାନା ପାଖର ଗ୍ରାମରେ ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ପ୍ରେମିକକୁ ପୁଲିସ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ସେହି ଗ୍ରାମର ବିଦ୍ୟାଧର ଖିଲାରଙ୍କ ପୁଅ ଅମରେନ୍ଦ୍ର ଖିଲାର । ଯୁବତୀ ଜଣଙ୍କ ଗତ ୧ତାରିଖରେ ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଫେରାରଥିବା ଅମରେନ୍ଦ୍ରକୁ ପୁଲିସ ଆଜି ଜାରକା ବଜାର ନିକଟରୁ ଧରିଥିଲା । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଏକ ବର୍ଷ ତଳେ ମୋତେ ପ୍ରେମ ନିବେଦନ କରିଥିଲା । ପରେ ମୋତେ ବିବାହର ପ୍ରତିଶୃତି ଦେଇ ଏକ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖି ଆସୁଥିଲା । ପରବର୍ତୀ ସମୟରେ ବିବାହ ପାଇଁ ଅରାଜି ହେଲା । ତୁମ ବୟସ ହୋଇନି ଓ ଆମ ଘରେ ତୁମକୁ ବିବାହ ପାଇଁ ରାଜି ହେଉ ନାହାନ୍ତି ବୋଲି ବାରମ୍ବାର କହିଆସୁଥିଲା । ଏପରିକି ବୟସ୧୮ପୁରିଲେ କୋର୍ଟ ମ୍ୟାରେଜ୍ କରିବି ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ମୋତେ୧୯ବର୍ଷ ସତ୍ୱେ ବିବାହ ପାଇଁ ଅରାଜି ହେଇଥିଲା । ମୁଁ ବାଧ୍ୟ କରିବାରୁ ମୋର ଭିଡିଓ ରେକଡିଂ ଭାଇରାଲ କରିଦେବ ବୋଲି ଧମକ ଚମକ ଦେଇ ଆସୁଥିଲା ବୋଲି ଯୁବତୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ କେସ ନମ୍ବର ୩୯୫/୨୫ ରେ ଏକ ମାମଲା ରୁଜୁ କରିଥିଲା ।