ଚୋରି କେବୁଲ୍ ବିକ୍ରିବେଳେ ୨ ଅଟକ

 ତିହିଡ଼ି,: ଚୋରି କେବୁଲ ବିକ୍ରି ବେଳେ ଦୁଇ ଜଣକୁ ମାନି ବସିଛନ୍ତି କମ୍ପାନୀ କର୍ମଚାରୀ । । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସନ୍ଥପୁରା ଛକ ନିକଟରେ କବାଡିଆ ଦୋକାନରେ । ଚୋରି କେବୁଲ ବିକ୍ରିବେଳେ ୨ ଜଣଙ୍କୁ ମାଡି ବସିଲେ କମ୍ପାନୀ କର୍ମ·ରୀ । ପରେ ଦୌଡି ଆସିଥିଲେ ଶତାଧିକ ଅଞ୍ଚଳବାସୀ । ୨ ଚୋରକୁ ଅଟକ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକଙ୍କ ଆସି ସେମାନଙ୍କୁ ଭେଟିଥିବା ନେଇ ନାନାଦି ସନେ୍ଦହ ଘନିଭୁତ ହୋଇଛି । ଚୋରଙ୍କ ସର୍ଦ୍ଦାର କୁହାଯାଉଥିବା ଉକ୍ତ ଯୁବକ ଜଣକ ନିଜକୁ ସଫେଇ ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ତ ଚୋରିରେ ତାଙ୍କର ହାତ ରହୁଥିବା ଲୋକେ ସନେ୍ଦହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୨ ଚୋରଙ୍କୁ ଥାନାକୁ ନେଇଯିବା ପରେ କବାଡିଆ ମାଲିକ ଉପରେ ଲୋକଙ୍କ ଲୋଲୁପ ଦୃଷ୍ଟି ପଡିଥିଲା । ପୁଲିସ ଉପସ୍ଥିତିରେ କବାଡିଆଙ୍କ ଘର ସମେତ ଗୋଦାମ ଗୃହ ଯାଞ୍ଚ କରାଯାଇଥିଲା ବେଳେ ସେଥିରେ କେତେକ ସମ୍ବେଦନଶୀଳ ସାମଗ୍ରୀ ଦେଖିବାକୁ ମିଳିଥିଲା । ଦୁଇଦିନ ତଳେ ରେଳପଥ ନିର୍ମାଣକାରୀ ସଂସ୍ଥା କେଇସିର ଜନୈକ କେବୁଲ ବିଛାଉଥିବା ଠିକାଦାର ଚୋରୀ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଶନିବାର ସଂଧ୍ୟାରେ କମ୍ପାନୀର ଠିକାଦାର ସନ୍ଥପୁରା ଦେଇ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍ରେ କେବୁଲ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ପିଛା କରିବା ପରେ କବାଡିଆ ଦୋକାନରେ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଧରିଥିଲେ । ଠିକାଦାର ଜଗବନ୍ଧୁ ଖଟୁଆଙ୍କ ଏତଲା କ୍ରମମେ ପୁଲିସ ଖୋଳତାଡ ଆରମ୍ଭ କରିଥିବା ଜଣାଯାଇଛି ।