ଛଟେଇ କର୍ମଚାରୀଙ୍କ ସହ ପ୍ରଦୀପଙ୍କ ଧାରଣା

ନବରଙ୍ଗପୁର: ନବରଙ୍ଗପୁର ଆମରି ଜିଲ୍ଲା ଚାକିରି କରିବେ ଆମରି ପିଲା ସ୍ଲୋଗାନ ଶୁଣିବାକୁ ମିଳୁଥିବା ବେଳେ ଆଜି ଆଉ ଗୋଟେ ନୂତନ ସ୍ଲୋଗାନ ଶୁଣିବାକୁ ମିଳୁଛି । ନବରଙ୍ଗପୁର ଆମରି ଜିଲ୍ଲା ଚାକିରିରୁ ଛଟେଇ ହେବେ ଆମରି ପିଲା  । ଏହି ଭଳି ସ୍ଲୋଗାନ ଶୁଣିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଚିକିସôାଳୟରେ ନିୟୋଜିତ ହୋଇଥିବା ୩୭ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାର ଦରମା ବାବଦକୁ ଟଙ୍କା ଦେଉନଥିବା କହି ଛଟେଇ କରାଯାଇଛି । ଯାହା ପ୍ରତିବାଦ ରେ ଛଟେଇ କର୍ମଚାରୀ ମାନେ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୦ ଦିନ ଧରି ଧାରଣା ଦେଇଛନ୍ତି  । ଦୀର୍ଘ ୧୦ ଦିନ ହେବ ପ୍ରତିବାଦ ସ୍ଥଳରେ କୌଣସି ସରକାରୀ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦେଖା ମିଳିନାହିଁ  । ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଧାରଣା ସ୍ଥଳକୁ ଯାଇ ଛଟେଇ କର୍ମଚାରୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସହିତ ଧାରଣା ସ୍ଥଳରେ ଧାରଣା ଦେଇଥିଲେ  । ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହିଛି ଯାହାଫଳରେ  ସ୍ୱାସ୍ଥ୍ୟ  ଅବସ୍ଥା ଭୁଶୁଡି ପଡିଥିବା ବେଳେ ଯଥାଶୀଘ୍ର ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି କରିଛନ୍ତି ପ୍ରଦୀପ ମାଝୀ  । ଆବଶ୍ୟକ ଯୋଗ୍ୟତା ହାସଲ କରି ଦୀର୍ଘଦିନ ଦିନ ବେକାର ହୋଇ ରହିବା ପରେ ଯୋଗ୍ୟତା ଭିତ୍ତିରେ ଏଲ ଆଣ୍ଡ ଟି କମ୍ପାନୀ ଅଧିନ ରେ ସ୍ୱଳ୍ପ ବେତନ ଭୋଗୀ ଭାବେ ଚାକିରୀ ପାଇଥିଲେ  । କିନ୍ତୁ ଚାକିରୀ କରିବାର  ବର୍ଷେ ପରେ ହଠାତ ୩୭ ଜଣଙ୍କୁ ଚାକିରୀରୁ ଛଟେଇ କରାଯାଇଥିବା ନେଇ ଅର୍ଡର ଧରାଇ ଦିଆଯାଇଥିଲା  । ଛଟେଇ ହୋଇଥିବା କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ଗତ ୨୦୨୪ ଫେବୃୟାରୀ ମାସରୁ ଏଲ ଆଣ୍ଡ୍ କେ କମ୍ପାନୀ ଦ୍ୱାରା ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ ରହି ସେବା ଯୋଗାଇ ଦେଇଆସୁଥିଲେ ।  ଗୋଟିଏ ବର୍ଷ କାମ କରିବା ମଧ୍ୟରେ ଅଧିକାଂଶ କର୍ମଚାରୀଙ୍କୁ ୨-୩ ମାସର ଦରମା ମିଳି ନାହିଁ  । କିନ୍ତୁ ହଠାତ ଗତ ଜାନୁୟାରୀ ୩୧ ମାସ ରେ ୩୭ ଜଣ ଆଉଟସୋର୍ସ କର୍ମଚାରୀଙ୍କୁ ଚାକରିରୁ  ଛଟେଇ କରାଯାଇଥିବା ନେଇ ଚିଠି କରିଛନ୍ତି  । ଛଟେଇ କର୍ମଚାରୀଙ୍କ ମଧ୍ୟରେ ୬ ଜଣ ଫାର୍ମାସିଷ୍ଟ, ୨ ଜଣ ଲାବ୍ ଟେକ୍ନି ସି ଆନ୍ ଓ ୨୯ ଜଣ ନସିଂ ଅଫିସର ରହିଛନ୍ତି  ।  ଅନ୍ୟ ସଂସ୍ଥା ର କର୍ମଚାରୀଙ୍କୁ ଛଟେଇ କରାଯାଇ ନଥିବା ବେଳେ ସେମାନଙ୍କୁ କାହିଁ କି ଛଟେଇ କରାଯାଇଛି ବୋଲି କହିଛନ୍ତି  । ଏବଂ ଆସନ୍ତା ସାତ ଦିନ ମଧ୍ୟରେ ପୁନଃ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି  ।