ପୂର୍ବତନ ସମିତିସଭ୍ୟଙ୍କ ପରଲୋକ

 ଆନନ୍ଦପୁର:  ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳ କଳଙ୍ଗ ଗ୍ରାମର ପୂର୍ବତନ ସମିତି ସଭ୍ୟ ଗୌରୀଶଙ୍କର ନାୟକଙ୍କ ଅକାଳ ବିୟୋଗ ଘଟିଛି  । ସ୍ୱର୍ଗତ ନାୟକ ହାଟଡିହି ପଞ୍ଚାୟତର କଂଗ୍ରେସ ସମର୍ଥିତ ପୂର୍ବତନ ସମିତି ସଭ୍ୟ ଥିଲେ  । ସେହିପରି ସ୍ୱର୍ଗତ ନାୟକ କଂଗ୍ରେସ ଦଳର ଜଣେ ଦୃଢ଼ ସମର୍ଥକ ମଧ୍ୟ ଥିଲେ  । କଂଗ୍ରେସ ଦଳରେ ସ୍ୱର୍ଗତ ନାୟକ ବିଭିନ୍ନ ପଦପଦବୀରେ ରହି ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗ ସମ୍ବାଦ ପାଇ ପିସିସି ସଭାପତି ତଥା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ଜୟଦେବ ଜେନା ଗଭୀର ଶୋକବ୍ୟକ୍ତ କରିବା ସହ ସ୍ୱର୍ଗତ ନାୟକଙ୍କ ଦେହାନ୍ତ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶୋକ ବାର୍ତାରେ କହିଛନ୍ତି  । ମୃତୁ୍ୟ ଖବର ପ୍ରଚାରିତ ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ  ।