+ ୩ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ପ୍ରକାଶ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା
କଟକ : ପ୍ରକାଶ ପାଇଛି +୩ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସବା ଆଗରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । କଳା ବିଭାଗରେ ରାଜନୀତି ବିଜ୍ଞାନ ସର୍ବାଧିକ ୯୨.୮୦% କଟଅଫ ମାର୍କ ରହିଛି । ବିଜ୍ଞାନ ବିଭାଗରେ ଭୌତିକ ବିଜ୍ଞାନରେ ୯୩.୬୭%, ଜୈବିକ ବିଜ୍ଞାନରେ ୯୪% କଟଅଫ ମାର୍କ ରହିଛି । ଏହାଛଡ଼ା ବାଣିଜ୍ୟ ବିଭାଗରେ ୯୦.୫୦% କଟଅଫ ମାର୍କ ରହିଛି । ରାଜଗାଙ୍ଗପୁର ଓଁ ମା ସରସ୍ୱତୀ ସଂସ୍କୃତ କଲେଜର ଶାସ୍ତ୍ରୀ ବିଭାଗରେ ୬୮.୬୭% କଟଅଫ ମାର୍କ ରହିଛି । ସେଲଫ ଫାଇନାନସିଙ୍ଗ କୋର୍ସ ବିଭାଗରେ ବକ୍ସିଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) କଲେଜ କମ୍ପୁ୍ୟଟର ସାଇନ୍ସରେ ୮୮.୮୩% କଟଅଫ ମାର୍କ ରହିଛି । ଆଇନ ବିଭାଗରେ ଉକôଳ ବିଶ୍ୱବିଦ୍ୟାଳୟ ଅଧୀନ ୟୁନିଭରସିଟି ଲ କଲେଜରେ ୮୭.୮୦% କଟଅଫ ମାର୍କ ରହିଛି ।