ଛାତ୍ରଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

 ବଡ଼ସାହି : ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ବିଦାୟ ଉତ୍ସବ ଭାରପ୍ରାପ୍ତ ଅଧ୍ୟକ୍ଷ ଫକୀର ଚରଣ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ବିଦାୟୀମାନଙ୍କୁ ଭାବପୂର୍ଣ୍ଣ ମେଲାଣି ଦେବା ପୂର୍ବକ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିନୋଦ କୁମାର ପରିଡ଼ା, ଅନ୍ତର୍ଯ୍ୟାମୀ ବେହେରିଆ, ଡ. ଜୀବନ କୁମାର ପଣ୍ଡିତ ପ୍ରମୁଖ ଯୋଗ ଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶେଷରେ ଅଧ୍ୟାପିକା ଗୀତିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।