‘ମୋନ୍ଥା’ ପ୍ରଭାବ : ରାୟଗଡା କାଶୀନଗରରେ ଭୂସ୍ଖଳନ
ଭୁବନେଶ୍ୱର : ଲ୍ୟାଣ୍ଡଫଲ କରିବା ପୂର୍ବରୁ ତାଣ୍ଡବ ରଚିଲା ବାତ୍ୟା ‘ମୋନ୍ଥା’ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାୟଗଡା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସି ଯାଇଛି । ଯାହାଫଳରେ ଗରବା ଓ ଲିଙ୍ଗା ରାସ୍ତାରେ ହୋଇଛି ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୂଚନା ମୁତାବକ, ଆଜି ରାତି ସୁଦ୍ଧା ଆନ୍ଧ୍ରର କାକିନାଡା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୦୭୭-୦୬୮୫୨-୨୫୧୧୦୧ କଲ୍ କରି ସହାୟତା ପାଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି ।