ଜଗତମୟୀ ଜଗଦମ୍ବା
ମା'ଦୁର୍ଗା ଏ ସୃଷ୍ଟିର ଆଦିଶକ୍ତି । ସେ ହିଁ ପରମାତ୍ମା ପରମେଶ୍ୱରଙ୍କର ପ୍ରକୃତ କାର୍ଯ୍ୟକାରିଣୀ ଶକ୍ତି । କାରଣ ବ୍ରହ୍ମ ନିସ୍କ୍ରିୟ, ଅଯୋକ୍ତା, ଅଭୋକ୍ତା.. ଇତ୍ୟାଦି । କିନ୍ତୁ ସେ ସ୍ଥିର, ନିଶ୍ଚଳ, ସର୍ବବ୍ୟାପୀ, ଅନାଦି, ଅନନ୍ତ କିନ୍ତୁ ସାକ୍ଷୀ ଓ ଦ୍ରଷ୍ଟା ଏବଂ ନିରପେକ୍ଷ କର୍ମଫଳଦାତା । ତାଙ୍କ ନିଦେ୍ର୍ଦଶରେ ପ୍ରକୃତି (ଆଦିଶକ୍ତି ମାୟା) ସଂସାର ସୃଷ୍ଟି କରନ୍ତି । ଗୀତାରେ କୁହାଯାଇଛି - "ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରଂ' । । ସୃଷ୍ଟି କାର୍ଯ୍ୟ ପାଇଁ ସେ ବିଭିନ୍ନ ନାମରେ ଖ୍ୟାତ । ସେ ପ୍ରକୃତି, ସେ ହିଁ ଶକ୍ତି, ଦୁର୍ଗା, କାଳୀ, ଚଣ୍ଡୀ, କ୍ଷେତ୍ର-କ୍ଷେତ୍ରଜ୍ଞ, ବିଦ୍ୟା-ଅବିଦ୍ୟା, ମାୟା, ଯୋଗମାୟା, ମହାମାୟା ଇତ୍ୟାଦି । ସେ ବ୍ରହ୍ମଙ୍କର ଅବିଚ୍ଛିନ୍ନ ଅଂଶ ଏବଂ ଆଦ୍ୟନ୍ତ ବିହୀନ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର - ତିନି ଆଦିଦେବ, ତାଙ୍କରି ସୃଷ୍ଟ ଓ ତାଙ୍କରି ଶକ୍ତିରେ ହିଁ ଦୃଶ୍ୟାଦୃଶ୍ୟ ଜଗତର ସୃଷ୍ଟି, ସ୍ଥିତି ଓ ପାଳନ କରନ୍ତି । ତାଙ୍କୁ ବୁଝିବା ଓ ତାଙ୍କର ଉପାସନା କରିବା ସର୍ବକାମପ୍ରଦ, ସଂସାରକ୍ଲେଶ ନିବାରକ ଓ ଶେଷରେ ମୁକ୍ତିପ୍ରଦ । ଈଶାବାସ୍ୟୋପନିଷଦରେ ଯଥାର୍ଥରେ କୁହାଯାଇଛି - "ଅବିଦ୍ୟୟା ମୃତୁ୍ୟଂ ତୀତ୍ତ୍ୱର୍ା ବିଦ୍ୟାୟାଽମୃତମଶ୍ନୁତେ ।'
ଦେବାଶିଷ ଆଚାର୍ଯ୍ୟ
ମୋ: ୯୭୭୬୮୨୫୦୯୪