ଟ୍ରେନରୁ ଖସି ଯୁବକ ମୃତ
ବାଲୁଗାଁ: ସକାଳେ ବାଲୁଗାଁ ଷ୍ଟେସନରେ ଟ୍ରେନରୁ ଖସି ପଡି ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ଗମ୍ଭାରୀମୁଣ୍ଡା ରାଉତପଡା ଗ୍ରାମର ସତ୍ୟବାନ ସ୍ୱାଇଁ (୪୩) ପିତା ବିମ୍ବାଧର ସ୍ୱାଇଁ ପ୍ରଶାନ୍ତି ଟ୍ରେନରେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଛାଡିବା ପାଇଁ ଟ୍ରେନରେ ଚଢାଇ ଓହ୍ଲାଇବା ସମୟରେ ଅସାବଧାନତାରୁ ଚଳନ୍ତା ଟ୍ରେନରୁ ଖସି ପଡିବାରୁ ଲୁହା ରେଳ ଧାରଣାରେ ମୁଣ୍ଡରେ ଗଭିର ଆଘାତ ଲାଗି ଘଟଣା ସ୍ଥଳରେ ହିଁ ମୃତୁ୍ୟ ହୋଇଛି । ଏହାକୁ ନେଇ ଷ୍ଟେସନରେ ଚାପା ଉତ୍ତେଜନା ହେବା ସହ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚô ଜବତ କରିଛି ।