ବ୍ୟବସାୟୀ ମୋହନ ଲାଲଙ୍କ ବିୟୋଗ

 ସମ୍ବଲପୁର :  ବୁର୍ଲା ସହରର ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ମୋହନ ଲାଲ ଯାଯୋଡ଼ିଆ(୬୧)ଙ୍କ ପରଲୋକ ହୋଇଯାଇଛି । ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିଥିଲେ ।  ସ୍ୱର୍ଗତ ଜାଯୋଡ଼ିଆ ବୁର୍ଲା ସହରର ଜଣାଶୁଣା ବ୍ୟବସାୟୀ ରାଜକିଶୋର ଯାଯୋଡିଆଙ୍କ ସାନ ଭାଇ ଥିଲେ । ସେ ଜଣେ ଅତ୍ୟନ୍ତ ସରଳ, ଆମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ଧର୍ମପନôୀ ମଧୁ, ଏକମାତ୍ର ପୁଅ ଗୌରବଙ୍କ ସମେତ ବଡ଼ଭାଇ ରାଜକିଶୋର ଏବଂ ଡ଼ ନୱଲ, ପୁତୁରା ମହେଶ, ପୁତୁରା ଡ଼ ନିଖିଲ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବୁର୍ଲା ବିଷ୍ଣୁ ମନ୍ଦିରପଡ଼ା ସ୍ଥିତ ବୈକୁଣ୍ଠ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ଗୌରବ ମୁଖାଗ୍ନୀ ଦେଇଥିଲେ ।