ସହରରେ କମୁଛି ଭୂତଳ ଜଳସ୍ତର

 ଯାଜପୁର ସଦର : ଜଳକଷ୍ଟ ଦୂର ହେବ । ପୌରପାଳିକାର ୪୦ହଜାର ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହେବ । କିନ୍ତୁ ପିଇବା ପାଣି ସମସ୍ୟା ଦୂର ହେବ କ’ଣ ପୌରବାସୀଙ୍କ ଜଳକଷ୍ଟ ବଢିବାରେ ଲାଗିଛି । ଜଳସ୍ତର କମିକମି ଯାଉଥିବାରୁ ନଳକୂପରୁ ପାଣି ବାହାରୁନି । ଯାହା ଜଳକଷ୍ଟକୁ ବଢାଇ ଦେଇଛି । ଯାଜପୁର ସହର ସହିତ ଗ୍ରାମାଂଚଳରେ କିଛି ବର୍ଷ ହେଲାଣି ଭୂତଳ ଜଳସ୍ତର ବହୁ ପରିମାଣରେ କମୁଥିବା ବେଳେ ସହର ସହିତ ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ପାଣି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଯାଜପୁରପୈାରବାସୀ ପାଣି ପାଇଁ ବହୁ ସମସ୍ୟା ହେଉଥିବା ଅଭିଯୋଗ ହେଉଛି । ନଦୀ ଗର୍ଭରୁ ବାଲି ବହୁ ମାତ୍ରାରେ ଉତୋଳନ କାରଣରୁ ଏଭଳି ଅବସ୍ଥା ଉପୁଜିଛି ବୋଲି କୁହାଯାଉଛି । କାରଣ ନଦୀ ଗର୍ଭରୁ ଉତ୍ପତି ପାଣିକୁ ବାଲି ହିଁ ବାନ୍ଧି କି ରଖିଥାଏ । ଯେଉଁଥି ପାଇଁ ବାଲି ନଥିବାରୁ ନଦୀ ମାନଙ୍କରେ ଜଳସ୍ତର କ୍ରମଶଃ ହ୍ରାସ ପାଇ ଶୁଖିଲା ପଡ଼ିଛି । ପୂର୍ବରୁ ନଳକୂପ ବସାଇଲେ ୬୦/୭୦ଫୁଟ୍ରେ ପ୍ରବଳ ଜଳ ନିଷ୍କାସିତ ହେଉଥିବା ବେଳେ, ଲୋକେ ଜଳ ଭୂତଳ ଗ୍ରହଣ କରିପାରୁଥିଲେ । କିନ୍ତୁ ଏବେ ୧୫୦/୧୮୦ଫୁଟ୍ ଖୋଲିଲେ ମଧ୍ୟ ଆବଶ୍ୟକ ଜଳ ବାହାରି ପାରୁନାହି । ସେହିପରି ବିଭିନ୍ନ ସ୍ଥାନରେ ଜଳାଶୟ ଗୁଡିକୁ ପୋତି ଦେଇଥିବାରୁ ଜଳ କଷ୍ଟ ଦେଖାଦେଇଛି । ଯାହା କି ଗୋରୁଗାଈ ପଶୁ ପକ୍ଷୀଙ୍କ ପାଇଁ ପିଇବା ପାଣିର ସମସ୍ୟା ଦେଖାଯାଏ । ଅନ୍ୟପକ୍ଷରେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବହୁ ଗଛ ବୃକ୍ଷ ଗୁଡ଼ିକ କାଟି ଦିଆଯିବାରୁ ଜଳଧାରଣର ସମସ୍ୟା ଦେଖାଦେଉଛି । ମୁଖ୍ୟ ଗ୍ରୀନ ଟ୍ରୀବୁନାଲ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଜଳର ଉକôଟ ସମସ୍ୟା ଦେଖାଦେଉଥିବା ବୃଦ୍ଧିଜୀବୀ ମହଳରେ ଅସନ୍ତୋଷ ଦେଖାଦେଇଛି । ସହରରବିଭିନ୍ନ ୱାର୍ଡରେ ଲୋକ ମାନଙ୍କ ଘରେ ବସାଯାଇ ଥିବା ବିଭିନ୍ନ ପ୍ରକାରର ଭୂତଳ ପାଣି ନିଷ୍କାସନ କରିବା ପାଇଁ ମଟର, ବୋରିଙ୍ଗ୍ ମେସିନ, ନଳକୂପ ବସାଇଥିଲେ କ'ଣ ହବ, ପାଣି ବାହାରୁନଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି । ପାନୀୟ ଜଳଯୋଗାଣ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନି । ସରକାରୀ ସ୍ତରରେ ଭୂତଳ ଜଳସ୍ତର ବଡ଼ାଇବା ପାଇଁ ପୋଖରୀ ଖନନ, ଆଡ଼ିବନ୍ଧ ଇତ୍ୟାଦି ଦୀର୍ଘ ମିଆଦୀ ସଫଳତା ଯୋଜନା ମାଧ୍ୟମରେ ବର୍ଷା ଜଳ ସଂଚୟ କରାଯାଇ ପାରନ୍ତା । କିନ୍ତୁ କିଛି ଅସାଧୁ ସରକାରୀÿ ଅଧିକାରୀ ବାବୁ ମାନଙ୍କ ପାଇଁ ଏହାର କୈାଣସି ସମାଧାନ ହୋଇପାରୁନାହିଁ । ଅର୍ଥ ରୋଜଗାର କରିବା ଆଶାରେ ସହର ମଧ୍ୟରେ ଥିବା ବଡ ବଡ ପୋଖରୀ ଖନନ କରିବା ପରିବର୍ତ୍ତେ ବାଲି ମାଫିଆ ମାନଙ୍କ ସାଙ୍ଗେ ହାତ ମିଶାଇ ବାଲି ପକାଇ ପୋଖରୀ ଗୁଡ଼ିକ ପୋତି ଦେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ସହର ମଧ୍ୟରେ ବିଭିନ୍ନ ପୋଖରୀ ଗୁଡ଼ିକ ପୋତି ହୋଇଯିବା ପର ସେଠାରେ ବଡ ବଡ ଅଟାଳିକା ଦେଖିବାକୁ ମିଳେ । ଠିକ୍ ସମୟରେ ସଦୁପଯୋଗ କରାଯାଇ ପାରୁନଥିବାରୁ ଭୂତଳ ଜଳ ପୂର୍ଣ ହୋଇ ନପାରି ନିମ୍ନଗାମୀ ହେଉଛି । ଆହୁରି ମଧ୍ୟ ପୂର୍ବରୁ ଖରାଦିନେ ନଦୀ ଗୁଡ଼ିକରେ ପାଣି ରହୁଥିଲା । ଲୋକମାନେ ପାନୀୟଜଳ ରୂପେ ବ୍ୟବହାର କରିବା, ଗାଧୁଆ ପାଧୁଆ କରିବା ସହିତ ଗୋରୁଗାଈ ମାନଙ୍କୁ ଧୋଉଥିଲେ । କିନ୍ତୁ ଏବେ ନଦୀ ଗୁଡ଼ିକ ପୋତିହୋଇ ପଡ଼ିବା ସହିତ ସେଥିରେ ବିଶେଷ ପାଣି ରହୁନାହିଁ । ନଦୀର ସବୁ ବାଲି ଉତୋଳନ କରି ନିଜର ପକେଟକୁ ଗରମ୍ କରିବା ସହିତ ବଡ଼ବଡ଼ ସରକାରୀ ବାବୁଙ୍କ କଥା ବୁଝନ୍ତି । ଅନ୍ୟପକ୍ଷରେ ପାନୀୟଜଳ ପ୍ରକଳ୍ପ ନାମରେ ଭୂତଳ ଜଳକୁ ପ୍ରତ୍ୟେହ ପାଇପ ଜରିଆରେ ଲୋକଙ୍କୁ ଯୋଗାଣ କରାଯାଉଥିବାବେଳେ ଜଳ ସଠିକ୍ ବିନିଯୋଗ କରାଯାଉ ପାରୁନାହିଁ । ଫଳରେ ଭୂତଳ ଜଳ କମୁଥିବାରୁ ପାନୀୟଜଳ ସମସ୍ୟା ଦିନକୁ ଦିନ ଉକ୍ରଟ ରୂପ ଧାରଣ କରିଛି । ପୌରାଞ୍ଚଳରେ ଜଳକଷ୍ଟ ଦୂର ହେଲା ବୋଲି ଫେବ୍ରୁଆରୀ ମାସରେ ଇନଷ୍ଟ୍ରିମ ବ୍ୟାରେଜ ଉଦ୍ଘାଟନ ସମୟରେ କୁହାଯାଇଥିଲା । ଜଳସଂପଦ ବିଭାଗ ପକ୍ଷରୁ ସପ୍ତମାତୃକା ମନ୍ଦିର ନିକଟରେ ୧୯୨.୬୮କୋଟି ଟଙ୍କା ବ୍ୟୟରେ ନିର୍ମିତ ବାମ ଓ ଡ଼ାହାଣ ପାଶ୍ୱର୍ର ଇନଷ୍ଟି୍ରିମ ବ୍ୟାରେଜ ଉଦ୍ଘାଟନ ସମୟରେ ଏହି ବ୍ୟାରେଜ ପୌରକାଳିକାର ୪୦ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସହାୟତ ହେବ ବୋଲି କୁହାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଜଳକଷ୍ଟ କମିବା ବଦଳରେ ଭୂତଳଜଳ କମିଯାଉଥିବାରୁ ଜଳକଷ୍ଟ ବଢିବାରେ ଲାଗିଛି ।