ୟେସ୍ ୱି ସାମାଜିକ ସଙ୍ଗଠନର ବନ୍ଧୁମିଳନ
ନିଶ୍ଚିନ୍ତକୋଇଲି : ଗୋପାଳପୁର ପଂଚାୟତ ଅନ୍ତର୍ଗତ ଗୋପାଳପୁରଠାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍ ଉଇ କ୍ୟାନ୍ର ଏକାଦଶତମ ବନ୍ଧୁ ମିଳନ ଉତ୍ସବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ଶିକ୍ଷାବିତ୍ ସେକ୍ ମୋହିଉଦ୍ଦିନ୍ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାମାଜିକ କର୍ମୀ ତଥା ଜୟଭାରତୀ ସାଥି ସମାଜର ପ୍ରତିଷ୍ଠାତା ନିରଞ୍ଜନ ସାହୁ ଯୋଗ ଦେଇ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେବା ସହ ଏସ୍ ଉଇ କ୍ୟାନ୍ ସାମାଜିକ ସଂଗଠନର ବିଭିନ୍ନ ପ୍ରଗତୀମୂଳକ କାର୍ଯ୍ୟର ଭୂୟଶୀ ପ୍ରଶଂସା କରିଥିଲେ । ଅତିଥି ଭାବରେ ଶିକ୍ଷାବିତ୍ ବ୍ରଜସୁନ୍ଦର ନାୟକ, ପ୍ରଦୀପ୍ତ କିଶୋର ନାଥଶର୍ମା, କୃଷକନେତା ରାମଚନ୍ଦ୍ର ସ୍ୱାଇଁ, ସଂଗଠକ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ରମାକାନ୍ତ ପ୍ରହରାଜ, ଇଂ.ବିଭୁଦେନ୍ଦୁ ପ୍ରଧାନ, ସାମ୍ବାଦିକ ବଲ୍ଲଭ ପଲେଇା , ପ୍ରଦୁ୍ୟମ୍ନ ବାରିକ, ଅଧ୍ୟାପକ ରବିନ୍ଦ୍ର କୁମାର ସାହୁ, ଲକ୍ଷ୍ମଣ ଦାସ, ଅସିତ୍ ସାମଲ ଓ ବିଶ୍ୱଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ସତ୍ୟଜିତ୍ ବିଶ୍ୱାଳଙ୍କର ଉକ୍ତ ସଂଗଠନ ଗଠନ କରିବା ଓ ଏହାର ସେବା କାର୍ଯ୍ୟ ପାଇଁ ଭୂୟଶୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଂପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ ସଂଗଠନର ଆଭିମୁଖ୍ୟ ସଂକ୍ରାନ୍ତରେ ଉପସ୍ଥାପନ କରିଥିବାବେଳେ ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।