‘ବର୍ଣ୍ଣବିଭା’ ସାହିତ୍ୟ ପତ୍ରିକା ଲୋକାର୍ପିତ 

 ପଟ୍ଟାମୁଣ୍ଡାଇ : ଆମ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ସାହିତ୍ୟ ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ଅନେକ ପତ୍ରିକାର ଜନ୍ମ ହୁଏ ଆର୍ଥିକ ଅନଟନ ଦୃଷ୍ଟିରୁ କିଛିଦିନ ପରେ ବନ୍ଦ ହୋଇଯାଏ କିନ୍ତୁ ବାସ୍ତବରେ ପତ୍ରିକା ବନ୍ଦ୍ ହୁଏ ନାହିଁ ବରଂ ଏହା ଆଉ ଗୋଟିଏ ନୂଆ ପତ୍ରିକା ବାହାରିବା ପାଇଁ ପ୍ରେରଣା ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟରେ ଗାଳ୍ପିକା ସରସ୍ୱତୀ ବେହେରାଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ପ୍ରଥମ ଲୋକାର୍ପଣ ଉସôବରେ ଉପସ୍ଥିତ ଅତିଥି ମାନେ ଏହି ମତବ୍ୟକ୍ତ କହିଛନ୍ତି । କବି ପୀତାମ୍ବର ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଗାନ୍ଧିବାଦୀ ଗବେଷକ ଶୈଳଜ ରବି, ମୁଖ୍ୟବକ୍ତା କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାପ୍ରାପ୍ତ ବିଶିଷ୍ଟ ସାହିତି୍ୟକ ଅସିତ୍ ମହାନ୍ତି, ବରେଣ୍ୟ ଅତିଥି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବରେଣ୍ୟବକ୍ତା କେନ୍ଦ୍ର ସାହତ୍ୟ ପୁରସକାରପ୍ରାପ୍ତ ଅନୁବାଦକ ସୁଭାଷ ଶତପଥୀ  ଓ ସମ୍ପାଦିକା ସରସ୍ୱତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ କଥାକାର ପ୍ରଦୀପ ନାୟକ, ସଂପାଦକୀୟ ପାଠ କରିଥିଲେ ସ୍ମୃତି ରଞ୍ଜନ ବେହେରା,ଅତିଥିଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିଲେ ପ୍ରମୋଦ କୁମାର ସାହୁ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବହୁ ସାରସ୍ୱତ ପ୍ରତିଭାଙ୍କୁ ସ୍ୱର୍ଗତଃ ବାମପନ୍ଥୀ ନେତା ରବୀନ୍ଦ୍ର ବେହେରା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା ।