ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରେସକ୍ଲବ ସଦସ୍ୟ
ଯାଜପୁର ଟାଉନ: ବୁଧବାର ଯାଜପୁର ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଯାଜପୁର ପ୍ରେସ କ୍ଲବର ସଦସ୍ୟ ନୂତନ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସହିତ ଆଲୋଚନା କରିଛନ୍ତି । ବିଶେଷ କରି ଗମନାଗମନ, ଟ୍ରାଫିକ ସମସ୍ୟା, ସଦର ମହକୁମା ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଠାରୁ ଆରମ୍ଭ କେତେକ ପ୍ରମୁଖ ସମସ୍ୟା, ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକ ସମ୍ପୁର୍ଣ୍ଣ, ପାଣିକୋଇଲି ଟ୍ରମା କେୟାରକୁ କାର୍ଯ୍ୟକାରୀ କରାଯିବା, କଳିଙ୍ଗ ନଗର ସ୍ଥିତ ମାନପୁର ଦିତୀୟ ସେତୂ ନିର୍ମାଣ ଶୀଘ୍ର ସାରିବା ସଙ୍ଗେସଙ୍ଗେ ପୁରୁଣା ସେତୂରେ ଯାତାୟାତକୁ ସୁଗମ କରିବା, ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ସମସ୍ୟା ଦୂର କରିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କୁସୁମା କରିଡର ସମେତ ସହରର ବିଭିନ୍ନ ରାସ୍ତାରେ ଅନ୍ଧକାରକୁ ଦୂର କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଆଲୋକୀକରଣ ବ୍ୟବସ୍ଥା କରିବା ପ୍ରଭୃତି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଅମ୍ବର କୁମାର କର ଙ୍କ ସହିତ ଆଲୋଚନା ହୋଇଥିଲା ।
ପ୍ରାରମ୍ଭରେ ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି ଜିଲ୍ଲାପାଳଙ୍କୁ କ୍ଲବ ପକ୍ଷରୁ ସ୍ୱାଗତ କରିବା ସହିତ ଦୀର୍ଘ ୩୩ ବର୍ଷ ପୂର୍ବେ ଏହି ପଞ୍ଜୀକୃତ କ୍ଲବ ଟି ପ୍ରତିଷ୍ଠା ହୋଇଥିବା ନେଇ ସୂଚନା ରଖିବା ସହିତ ଜନସାଧାରଣଙ୍କ ବିଭିନ୍ନ ଦାବି ଓ ସମସ୍ୟା କୁ ପ୍ରଶାସନ ସହିତ ସେତୂ ବନ୍ଧ ପରି ସମନ୍ୱୟ ରକ୍ଷା କରିବ ବୋଲି ପ୍ରେସ କ୍ଲବର ପ୍ରତିଷ୍ଠାତା ସଭ୍ୟ ଆନନ୍ଦ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ମହାନ୍ତି ଓ କୈଳାଶ ଚନ୍ଦ୍ର ନାୟକ କହିଥିଲେ । ବରିଷ୍ଠ ସଭ୍ୟ ସମରଜିତ ମହାନ୍ତି,ତପନ କୁମାର ମହାନ୍ତି, ପରମେଶ୍ୱର ବେହୁରିଆ, ଦିଲିପ ଦାସ, ସଞ୍ଜିବ ନାୟକ, ପ୍ରଭାତ ତ୍ରିପାଠୀ, ମହେଶ୍ୱର ସାହୁ, ଅନୀଲ ପଣ୍ଡା, ଶେଖ୍ ମନିରୁଦ୍ଦିନ, ସୁରେନ୍ଦ୍ର ସାମଲ, ଦେବାଶିଷ ସାହୁ,ସମର ବିଜୟ ଶରଣ, ହିମାଂଶୁ ପାଢ଼ୀ,ବିଜୟ ସାହୁ, ମନୋଜ ରଣା, କୃଷ୍ଣ ଚନ୍ଦ୍ର ନାୟକ, ଅକ୍ଷୟ ବିଶ୍ୱାଳ, ବିଭୁ ଦତ ପୃଷ୍ଟି,ମାନସ ତ୍ରିପାଠୀ, ସୌମ୍ୟରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କ୍ଲବର ସାଧାରଣ ସମ୍ପାଦକ ଅରୁଣ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାର ବିକାଶ ପାଇଁ ଜିଲ୍ଲାପାଳ ଅମ୍ବର କୁମାର କର ସମ୍ବାଦିିକମାନଙ୍କର ସହଯୋଗ କାମନା କରିଥିଲେ ।