ଫଳ ଦୋକାନୀଙ୍କୁ ଆକ୍ରମଣ; ୩ କୋର୍ଟ ଚାଲାଣ

 ଯାଜପୁର ଟାଉନ : ଫଳ ଦୋକାନୀକୁ ଆକ୍ରମଣ ଅଭିଯୋଗରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଚଇନିପୁର ଗ୍ରାମର ପ୍ରଶାନ୍ତ କୁମାର ସାହୁ ମେଡିକାଲ ଛକରେ ଫଳଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ମାତ୍ର ନହରାପୁର ଗ୍ରାମର ରହେମତ ଅଲ୍ଲୀ, ଗୋଖନାର ପର୍ଶୁରାମ ବେହେରା ଓ ଧାମନଗର ଥାନା ଦେହୁରୀ ଆନନ୍ଦପୁର ଅଂଚଳର ବନମାଳି ବେହେରା ବାରମ୍ବାର ପ୍ରଶାନ୍ତଙ୍କୁ ଜୁଲମ କରି ଚାନ୍ଦା ମାଗି ଟଙ୍କା ନେଇଥାନ୍ତି । ଭୟଭୀତ ପ୍ରଶାନ୍ତ ସେମାନଙ୍କୁ ବାରମ୍ବାର ଚାନ୍ଦା ଦେଇଆସୁଥାଏ । ମାତ୍ର ମଙ୍ଗଳବାର ରାତିରେ ୩ଜଣ ପ୍ରଶାନ୍ତଙ୍କୁ ଟଙ୍କା ମାଗିଥିଲେ । ସେ ମନା କଲାପରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଯାଜପୁର ପୁଲିସ ପହଁଚି ଘଟଣାର ତଦନ୍ତ କରି ପ୍ରଶାନ୍ତ ସାହୁ ଦେଇଥିବା ଏତଲା ଅନୁଯାଇ ଯାଜପୁର ଥାନା କେସ୍ ନଂ୫୧୦/୨୪ ରୁଜୁ କରି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।