ଆୟୁର୍ବେଦକୁ ଗୁରୁତ୍ୱ ଦେବାକୁ ମୋହନ ସରକାରଙ୍କ ପ୍ରତିବଦ୍ଧତା

ଆୟୁର୍ବେଦକୁ ଗୁରୁତ୍ୱ ଦେବାକୁ ମୋହନ ସରକାରଙ୍କ ପ୍ରତିବଦ୍ଧତା


ଭୁବନେଶ୍ୱର - ଆୟୁର୍ବେଦକୁ ଗୁରୁତ୍ୱ ଦେବାକୁ ମୋହନ ସରକାରଙ୍କ ପ୍ରତିବଦ୍ଧତା । ଡ଼ବଲ ଇଞ୍ଜିନ ସରକାର ଆୟୁର୍ବେଦ କ୍ୟାଡ଼ରକୁ ମଜଭୁତ କରିବ । ସବୁ ପଂଚାୟତରେ ଆରୋଗ୍ୟ ମନ୍ଦିର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ  । ଜଣେ ଯୋଗ୍ୟ ଶିକ୍ଷକ ରହିବେ । ଓଡ଼ିଶାରେ ୬୫୦୦ ଗ୍ରାମ ପଂଚାୟତ ରହିଛି, ଯେଉଁଥିରେ ୪୫୦୦ ଗ୍ରାମ ଛାଡି ପଂଚାୟତରେ ଏହି କାର୍ଯ୍ୟ ଆରମ୍ଭ ହେଲାଣି । ୫ ବର୍ଷ ଭିତରେ ଏହି କାମ ସରିବା ନେଇ ଟାର୍ଗେଟ ରହିଛି । ଯେଉଁଥିରେ ନେଚରୋ ପ୍ୟାଥି ଓ ଯୋଗର ପ୍ରଚାର ପ୍ରସାର ହୋଇପାରିବ । ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜକୁ ସୁଦୃଢ଼ କରାଯିବ । ପିଏଚସି ଓ ସିଏଚସି ଲେଭଲରେ ହୋମିଓପାଥି ମେଡ଼ିସିନ ରଖାଯିବ । ଲୋକଙ୍କ ଭିତରେ କନଫିଡେନ୍ସ ବଢାଇବାକୁ ଆୟୁର୍ବେଦ, ହୋମିଓପ୍ୟାଥି ମେଡ଼ିସିନ ରୋଗକୁ ହରାଏ  । ଏ ବିଷୟ ମଧ୍ୟ ଲୋକଙ୍କ ମନରେ ସଚେତନ କରାଯିବ । କିଛି ଦିନ ତଳେ ବିଭିନ୍ନ ଆୟୁର୍ବେଦ କଲେଜରେ ୧୧୦ ଜଣଙ୍କୁ ପୋଷ୍ଟିଂ ମିଳିଛି । ଆଗାମୀ ୫ ବର୍ଷ ମଧ୍ୟରେ ସବୁ ପୋଷ୍ଟିଂ କରାଯିବ  । ସରକାର ଏ କଥାକୁ ନଜରରେ ରଖିଛନ୍ତି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି  ।