ଜମିଜମା ବିବାଦ: ନ୍ୟାୟ ପାଇଁ ଏସ୍ଡିପିଓଙ୍କ ଦ୍ୱାରସ୍ଥ

 ସାଲେପୁର:  ଜମିଜମା ବିବାଦକୁ କେନ୍ଦ୍ର କରି ମାହାଳ ହାଟ ଫାଣ୍ଡିରେ ୨ଟି ଅଭିଯୋଗ ହୋଇଥିଲେ ମଧ୍ୟ ଫାଣ୍ଡି ପୁଲିସ ଗୋଟିଏ ଅଭିଯୋଗର ମାମଲା ରୁଜୁ କରିଥିବାବେଳେ, ଅନ୍ୟ ଅଭିଯୋଗର ମାମଲା ରୁଜୁ କରିନଥିବା ପ୍ରତିବାଦରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚô ଏତଦନ୍ତ ଦାବି କରିଛନ୍ତି ଅଭିଯୋଗକାରୀ । ଅଭିଯୋଗର ମଧ୍ୟ ବିଧିବଦ୍ଧ ତଦନ୍ତ କରାଯାଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
କିଶନନଗର ଥାନା ଅନ୍ତର୍ଗତ ମାହାଳହାଟ ଫାଣ୍ଡି ଅଧିନ ଚମ୍ପା ଗ୍ରାମର ମନୋଜ ମଲ୍ଲିକ, ପିତା ଧୂଳେଶ୍ୱର ମଲ୍ଲିକଙ୍କ ପରିବାର ସହ ଗତ ୮ତାରିଖରେ ଘରୋଇ ରାସ୍ତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ପ୍ରଭାକର ମଲ୍ଲିକ ଓ ପ୍ରଭାତୀ ମଲ୍ଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପ୍ରଭାକର ମଲ୍ଲିକ ଓ ତାଙ୍କ ଭାଉଜ ପ୍ରଭାତୀ ମଲ୍ଲିକଙ୍କ ଆକ୍ରମଣରେ ମନୋଜ ମଲ୍ଲିକଙ୍କ ପିତା ଧୂଳେଶ୍ୱର ମଲ୍ଲିକ ଆହତ ହୋଇଥିଲେ । ମନୋଜ ମଲ୍ଲିକଙ୍କ ପତ୍ନୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଟଣା ଓଟରା କରିବା ସହ ଗାଳିଗୁଲଜ କରିଥିଲେ । ଏହାନେଇ ମାହାଳ ହାଟ ଫାଣ୍ଡିରେ ଉଭୟ ପକ୍ଷ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଭାକର ମଲ୍ଲିକଙ୍କ ଏତଲାକୁ ଆଧାର କରି ଏକ ମାମଲା ରୁଜୁ କରାଯାଇଥିବା ବେଳେ, ମନୋଜ ଦେଇଥିବା ଅଭିଯୋଗରେ କୌଣସି ମାମଲା ରୁଜୁ ହୋଇ ନଥିବାରୁ ଏହାର ପ୍ରତିବାଦରେ ମନୋଜଙ୍କ ପରିବାର ସମେତ ଗ୍ରାମର ୪୦ରୁ ଊଦ୍ଧ୍ୱର୍ ମହିଳା ସାଲେପୁର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚô ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବାପାଇଁ ଲିଖିତ ଭାବେ ଜଣାଇଛନ୍ତି ।