ଲୌହଯୁକ୍ତ ପାଣି ବଢାଉଛି କିଡନୀ ରୋଗ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଲୌହଯୁକ୍ତ ପାନୀୟ ଜଳ ବ୍ୟବହାର କରି ଆନନ୍ଦପୁର ବ୍ଳକ ଅନ୍ତର୍ଗତ ବାଉଁଶଗଡ଼ ପଞ୍ଚାୟତ ସୁନ୍ଦୁରିଆ ଗ୍ରାମର ଗ୍ରାମବାସୀ ମାନେ କୀଡୀନି ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସୁନ୍ଦୁରିଆ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଆଜି ପର୍ଯ୍ୟନ୍ତ ଯୋଗାଇ ଦିଆଯାଇପାରିନାହିଁ । ଉକ୍ତ ଗ୍ରାମରେ ୮୦୦ ଲୋକ ବ୍ୟବହାର ପାଇଁ ମାତ୍ର ୩ ଗୋଟି ନଳକୂପ ଅଛି । ଏହି ନଳକୂପରୁ ଲୌହଯୁକ୍ତ ଜଳ ବାହାରୁ ଥିବା ବେଳେ ପାଣି ଆଣି ଘରେ ରଖିବାର କିଛି ସମୟ ମଧ୍ୟରେ ଏକ କଳା ଅଂଶ ତଳେ ବସି ଯାଉଛି । ଏହି ପାଣିକୁ ବ୍ୟବହାର କରୁଥିବାରୁ କୀଡୀନ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ସେହି ଗ୍ରାମର ଗ୍ରାମବାସୀ ପ୍ରହଲ୍ଲାଦ ବିନିଶାଙ୍କ କ୍ଷେତ୍ରରେ । ଲୌହଯୁକ୍ତ ନଳକୂପ ପାଣି ବ୍ୟବହାର କରି ସେ କୀଡୀନ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଖବର ପାଇ ସମାଜସେବୀ ଝାନ୍ସୀ ରାଣୀ ଦାସ ପ୍ରହଲ୍ଲାଦ ବିନିଶାଙ୍କ ଘରେ ପହଁଚି ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ତେବେ ଏହି ପାଣି ବ୍ୟବହାର କରି ପ୍ରତି ବର୍ଷ ୨୦ ରୁ ୩୦ ଜଣ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ କରିଥିଲେ । ତେବେ ଏନେଇ ଝାନ୍ସୀ ରାଜ୍ୟ କେମିକାଲ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଟିମ କିପରି ସୁନ୍ଦୁରିଆ ଗ୍ରାମକୁ ଆସି ନଳକୂପ ପାଣିକୁ ପରୀକ୍ଷା କରି ସେଥିରେ କେତେ ମାତ୍ରାରେ କେଉଁ କେଉଁ କେମିକାଲ ଅଛି ବାହାର କରିବ ସେ ନେଇ ଉଦ୍ୟମ କରିବେ ବୋଲି କହିଥିଲେ