ବସ ଦୁର୍ଘଟଣା, କଲେଜ ଛାତ୍ର ମୃତ
ବାଲୁଗାଁ : ଆଜି ସକାଳେ ବାଲୁଗାଁ ବାଇପାସ ଠାରେ ବସ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଯାହାଫଳରେ ଉତ୍ତେଜନା ଲାଗିରହିଥିଲା । ଛାତ୍ରୀ ମୃତ୍ୟୁକୁ ନେଇ ୧୬ ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ । ଖବର ପାଇ ବାଲୁଗାଁ ଓ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ ସଫଳ ହେବାପରେ ଗାଡି ମୋଟର ଚଳାଚଳ ସ୍ୱଭାବିକ ହୋଇଥିଲା । ଜିଲ୍ଲା ରେଡକ୍ରାସ ପାଣ୍ଠିରୁ କଲେଜ ଛାତ୍ରଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦିଆଯାଇ ଶବକୁ ବାଣପୁର ଡାକ୍ତର ଖାନାକୁ ବ୍ୟବଛେଦ ପାଇଁ ପଠାଇ ବସକୁ ଜବତ କରାଯାଇଥିଲା । ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଥିଲା । ବାଣପୁର ପୁଲିସ ଏକ ଦୁର୍ଘଟଣା ଜନିତ କେଶ ରୁଜୁ କରିଛି ତଦନ୍ତ ଆରମ୍ବ କରିଛି । ବାଲୁଗାଁ ବାଇ ପାସ ଠାରେ ପ୍ରାୟ ସବୁବେଳ ଦୁର୍ଘଟଣା ହେବା ସଂଗେ ବହୁ ଧନଜୀବନ ହାନୀ ହେବାର ନଜରକୁ ଆସୁଛି କିନ୍ତୁ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।