ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମନମୁଖୀ କାର୍ଯ୍ୟକୁ ଗ୍ରାମବାସୀଙ୍କ ନିନ୍ଦା

 ଖଣ୍ଡପଡ଼ା: ଖଣ୍ଡପଡ଼ାବ୍ଲକ ବ୍ଲକ ଅଧୀନ କୁମ୍ଭାରପଡା ପଞ୍ଚାୟତ ଖଡଗପ୍ରସାଦ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ପାଣି ରେ ସେ ମୋରମ୍ ଭାସିଯାଇ ରାସ୍ତା ପାର୍ଶ୍ୱରେ ଖାଲ ସୃଷ୍ଟି ହେଉଛି ଓ ପିଚୁ ଗୋଡ଼ି ଫାଟି ଆଁ କରି ଦୃଘଟଣା ବିପଦ ସଂକେତ ଅତିକ୍ରମ କରି ଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହିଁ ଚଡଊ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ । ଖଡ଼ଗ ପ୍ରସାଦ ଜନସାଧାରଣ ଅଭିଯୋଗ କରିଛନ୍ତି ।ଫଳକ ଅନୁଯାୟୀ କୋ?ଣସି  ସଠିକ ଭାବେ କାର୍ଯ୍ୟ ହୋଇନାହିଁ । ନୂତନ  ବିର୍ଜ ପାଶ୍ୱର୍ରେ ଇଟା ର ବାଡ଼ ତିଆରି କରାଯାଇ କାର୍ଯ୍ୟ କୁ ନିମ୍ନ ମାନର କାର୍ଯ୍ୟ କରି ଠକିଦିଆଯାଇଛି ଯାହାକି ଫାଟ ସୃଷ୍ଟି ହେଉଛି । ଏହି ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ପ୍ରତ୍ୟେକ ଦିନ ଶତାଧିକ ଲୋକ ଆଖପାଖ ପାଞ୍ଚଗୋଟି ଗାଁର ଜନସାଧାରଣଙ୍କ ଯିବା ଆସିବା କରିବାପାଇଁ ଓ ବଷ ଚଳାଚଳ ମୂଖ୍ୟ ରାସ୍ତା ଅଟେ ତେଣୁ ଏଥି ପାଇଁ ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହାୟତାରେ ରାସ୍ତା ଓ ର୍ବୀଜ ପ୍ରତିଷ୍ଠା କରାଯାଇଥିଲା  । ଏହି ଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ଯାହା ଫଳରେ ରାସ୍ତା ପାର୍ଶ୍ୱରେ ପକାଯାଇଥିବା ମେଣ୍ଟ୍ରାଲ  କୁ ଠିକ୍ ଭାବରେ ନପକାଇଥିବାରୁ ଅଳ୍ପ ବର୍ଷା ଯୋଗୁଁ ରାସ୍ତା ଧୋଇ ହୋଇ ବିପଦ ଅବସ୍ଥା ଆଡକୁ ଗତି କରୁଥିବା ଜଣାପଡିଛି । ଏଥିପ୍ରତି ଉଚ୍ଚ କତୃପକ୍ଷଙ୍କୁ ଖଡ଼ଗ ପ୍ରସାଦ ଜନସାଧାରଣ ଅଭିଯୋଗ କରିଛନ୍ତି ଉକ୍ତ ରାସ୍ତା ପାର୍ଶ୍ୱ କୁ ପୁନର୍ବାର ମରାମତି କାର୍ଯ୍ୟ କରାନଗଲେ ଏହି ରାସ୍ତା ଟି ଆସନ୍ତା ବର୍ଷା ରେ ବର୍ଷାପାଣି ଯାଇ ରାସ୍ତା ପାର୍ଶ୍ୱ ଖାଲ ସୃଷ୍ଟି ହେବା ଆଶଙ୍କାରେ ଗ୍ରାମବାସୀ ସରକାର ଓ ଖଣ୍ଡପଡ଼ା ବିଧାୟକ, ଜିଲ୍ଲା ପ୍ରଶାସନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।