ଜରାଜୀର୍ଣ୍ଣ ସ୍କୁଲ ଓ ଅଙ୍ଗନବାଡ଼ି ପରିସର

 ଭଣ୍ଡାରିପୋଖରୀ:  ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିକ୍ଷାଦାନକୁ ଛାଡିଦେଲେ ସୁଦୃଢ ଭିତ୍ତିଭୂମି, ସୁରକ୍ଷିତ ଶ୍ରେଣୀ ଗୃହ ଓ ଶୈକ୍ଷିକ ପରିବେଶ ଉପରେ ପ୍ରାଥମିକ ଗୁରୁତ୍ୱ ଦିଆଯାଉଛି । ଏସବୁ ସତ୍ତ୍ୱେ ମଧ୍ୟ ଏବେ ସୁଧା ଅନେକ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା  ଅତି ଜରାଜୀର୍ଣ୍ଣ ଏବଂ ବିପଦ ସଙ୍କୁଳ ହୋଇ ପଡି ରହିଛି ।ଯେଉଁଠି ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ପଞ୍ଚାୟତ ଆମ୍ବଗଡ଼ିଆ ପ୍ରାଥମିକ ବିଦ୍ୟାଳୟଟି ଅନେକ ବର୍ଷ ଧରି ବିପଦ ସଙ୍କୁଳ ଭାବେ ରହିଛି । ବୈତରଣୀ ବନ୍ଧ ପାର୍ଶ୍ୱରେ ଥିବା ଉକ୍ତ ବିଦ୍ୟାଳୟରେ  ବରହ୍ମପୁର ଓ ଓଳା ଗ୍ରାମର ପ୍ରାୟ ୫୦ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାଛଡା ଏଠାରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରେ୨୦ରୁ ଅଧିକ ପିଲାଙ୍କୁ ଚିତ୍ତବିନୋଦନ ଶିକ୍ଷା ପ୍ରଦାନ କରାଯାଉଛି  ।
ସ୍କୁଲ ପାଇଁ ପ୍ରଧାନଶିକ୍ଷକଙ୍କ ସହ ଜଣେ ସହକାରୀ ଶିକ୍ଷକ ନିଯୁକ୍ତ ମଧ୍ୟ ହୋଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ୪୦ ବର୍ଷ ଅତିକ୍ରାନ୍ତ କରିବା ପରେ ବି, ଏହି ସ୍କୁଲକୁ ଏଯାଏଁ ଅତ୍ୟାଧୁନିକ ଭାବେ ନିର୍ମାଣ କରା ଯାଇନାହିଁ । ଦୁଇଟି ପୁରୁଣା କୋଠରୀରେ ବସି କୁନିକୁନି ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହା ପନ୍ଦର ବର୍ଷ ପୂର୍ବେ ସାମାନ୍ୟ ମରାମତି ହୋଇଥିଲା । ଏତତବାଦ୍ ଏଯାଏଁ କୈାଣସି ପ୍ରକାର ନୂତନ ଗୃହ ମଧ୍ୟ ନିର୍ମାଣ ହୋଇନାହିଁ । ଅତି ବିପଦ ସଙ୍କୁଳ ଅବସ୍ଥାରେ ପୁରାତନ ଗୃହରେ ବସି ପିଲାମାନେ ପାଠ ପଢ଼ୁଛନ୍ତି । ସ୍କୁଲ ପରିସରରେ ଥିବା ଶୌଚାଳୟ ଓ ପାନୀୟ ଜଳ, ବିଦୁ୍ୟତ୍ ବ୍ୟବସ୍ଥା ମଧ୍ୟ ଖୁବ୍ ଶୋଚନୀୟ  । ବିଦ୍ୟାଳୟ ମୁଖ୍ୟ ଫାଟକ