ଶ୍ରମିକଙ୍କ ଚୁକ୍ତିନାମାରେ ବିଳମ୍ବ: ପୂର୍ବ ଉପକୂଳ ଶ୍ରମିକ ସଂଘର ପ୍ରତିବାଦ

 ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ( ଆଇଓସିଏଲ) ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଚୁକ୍ତିନାମା କରିବାରେ ଟାଳଟୁଳା ନୀତି ପୋଷଣ କରିବା ପ୍ରତିବାଦରେ "ପୂର୍ବ ଉପକୂଳ ଶ୍ରମିକ ସଙ୍ଘ’ କମ୍ପାନୀ ଫାଟକ ଆଗରେ ଏକ ଦୁଇଘଣ୍ଟିଆ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଏଥିରେ ସଙ୍ଘ ସଭାପତି ପ୍ରକାଶ ତ୍ରିପାଠୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି ଚୁକ୍ତିନାମାରେ ଆଇଓସିଏଲର ମନମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ସହ ଆଗାମୀ ଦୁଇମାସ ମଧ୍ୟରେ ଚୁକ୍ତିନାମା ନ କଲେ କମ୍ପାନୀ ବିରୁଦ୍ଧରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ପୂର୍ବରୁ କିଛି ଦଲାଲ ନେତା ନିଜ ସ୍ୱାର୍ଥ ଓ ମୁନଫା ପାଇଁ ଆଇଓସିଏଲ ପ୍ରଶାସନ ସହ ସଲାସୁତୁରା  କରି ଏହି ରାଜିନାମାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ନେଇ ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ସଂଗୀନ ଅଭିଯୋଗ କରିଛନ୍ତି କ୍ଷ ସେହିପରି ସଂଘର ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା, ଉପସଭାପତି ସୁବ୍ରତ ପ୍ରଧାନ, ସମ୍ପାଦକ ରନôାକର ଜେନା, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ ଓ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ହକ୍ ହାସଲ ପାଇଁ  ଆଇଓସିଏଲର ଅନ୍ୟାୟ ବିରୁଦ୍ଧରେ  ସଂଗ୍ରାମ ପାଇଁ  ସଙ୍କଳ୍ପ  ନେବାକୁ  ସମବେତ ଶ୍ରମିକଙ୍କୁ ଆହ୍ୱାନ ଦେଇଥିଲେ ।