ଜଳବାୟୁ ସମ୍ପର୍କିତ ଆଲୋଚନାଚକ୍ର

 ବୈଶିଙ୍ଗା: ହେମପୁର ସ୍ଥିତ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ସମରଜିତ ମହାପାତ୍ରଙ୍କ ପୌରହିତ୍ୟରେ "ବିଶ୍ୱଜଳବାୟୁର ଦ୍ରୁତ ପରିବର୍ତ୍ତନ ଓ ଏହାର ପ୍ରଭାବ' ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକଙ୍କ ସମେତ ବିଜ୍ଞାନ ଶିକ୍ଷକ ଚନ୍ଦନ କୁମାର ଦାସ ଓ ରାଜନନ୍ଦିନୀ ପାତ୍ର, ତୁଷାର କାନ୍ତ ପାତ୍ର, ପ୍ରଭାତୀ ପ୍ରଧାନ ପ୍ରମୁଖ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖି ବିଶ୍ୱ ଜଳବାୟୁ ପରିବର୍ତ୍ତନର ବିଭିନ୍ନ କାରଣ, କାର୍ବନ ଫୁଟପ୍ରିଣ୍ଟ ନିର୍ଗମନ, ଏଲନିନୋ, ଲାନିନା, ଜଙ୍ଗଲ ନଷ୍ଟ ଓ ଶିଳ୍ପାୟନ ସମ୍ପର୍କରେ ଆଲୋଚନା କରିବା ସହିତ ଭବିଷ୍ୟତ ନାଗରିକ ହିସାବରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ । ୟୁଥ୍ ଏବଂ ଇକୋ କ୍ଲବ ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ର ପୂର୍ବରୁ ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଜୟଶ୍ରୀ ପାଢ଼ୀ, ସବିତା ବାରିକ ଓ ଜଗନ୍ନାଥ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।