ଜଳିଗଲା ଜାହାଜ ୪ ନିଖୋଜ, ୫ ଆହତ
କୋଚି: କେରଳର କୋଚି ବନ୍ଦର ନିକଟରେ ଏକ ବିଦେଶୀ କଣ୍ଟେନର୍ ବୋଝେଇ ଜାହାଜରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ବ୍ୟାପକ ହୋଇଥିବା ବେଳେ ଅଧିକାଂଶ କଣ୍ଟେନର୍ ସମେତ ଜାହଜକୁ ଏହି ନିଅାଁ ବ୍ୟାପିଛି । ଏହି ଘଟଣାରେ ପ୍ରାୟ ୪ଜଣ ନିଖୋଜ ଥିବା ବେଳେ ୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଖବର ପାଇ ନୌସେନା ଓ ତଟରକ୍ଷୀ ବାହିନୀ ଘଟଣାସ୍ଥଳରେ ପହଞ୍ଚô ଜଳୁଥିବା ଜାହାଜରୁ ପ୍ରାୟ ୧୮ ଜଣଙ୍କୁ ଉଦ୍ଧାର କରିଛନ୍ତି । ତେବେ ସିଙ୍ଗାପୁର ପତାକା ମାରିଥିବା ତଥା ଏମ୍ଭି ୱାନ ହାଏ ୫୦୩ ନାମକ ଜାହାଜଟି ଜୁନ୍ ୭ରେ କଲମ୍ବୋରୁ ବାହାରି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ସେଠାରେ ୧୦ତାରିଖରେ ପହଞ୍ଚôବାର ଯୋଜନା ଥିଲା । କିନ୍ତୁ ଆଜି ସକାଳ ୧୦.୩୦ମିନିଟ୍ ସମୟରେ କୌଣସି କାରଣରୁ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଜାହାଜ ପକ୍ଷରୁ ମୁମ୍ବାଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ସେଇ ସମୟରେ ମୁମ୍ବାଇ ମେରାଇନ୍ସ ଅପରେସନ୍ ପକ୍ଷରୁ କୋଚି ବନ୍ଦର ସହ ଯୋଗାଯୋଗ କରାଯାଇଥିଲା । ପରେ କୋଚି ବନ୍ଦର କର୍ତ୍ତୃପକ୍ଷ ପ୍ରତିରକ୍ଷା ବିଭାଗର ସହାୟତା ଲୋଡ଼ିଥିଲେ । ସୂଚନାଯୋଗ୍ୟ ଜାହାଜର ଲମ୍ବ ୨୭୦ ମିଟର ହୋଇଥିବା ବେଳେ ପ୍ରସ୍ଥ ୧୨.୫ ମିଟର ବୋଲି ଜଣାପଡ଼ିଛି ।