ଆକ୍ସିଅମ-୪ ପୁଣି ସ୍ଥଗିତ
ନୂଆଦିଲ୍ଲୀ : ପୁଣିଥରେ ସ୍ଥଗିତ ରହିଛି ଆକ୍ସିଅମ୍-୪ । ଏହି ମିଶନରେ ଭାରତ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀମାନେ ମହାକାଶକୁ ଯାଇଥା’ନ୍ତେ । ତେବେ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ମେ’ ୨୯ରେ ଏହି ମିଶନ ଶୁଭାରମ୍ଭ ହେବବୋଲି ପୂର୍ବରୁ ସ୍ଥିର କରାଯାଇଥିଲା । ଆଜିକୁ ମିଶାଇ ତିନିଥର ଏହି ମିଶନ ସ୍ଥଗିତ ରଖାଯାଇସାରିଛି ।
ଏହି ଆକ୍ସିଅମ-୪ ମିଶନରେ ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଳା ବି ସାମିଲ୍ ହେବେ । ଆସନ୍ତା ଜୁନ୍ ୧୧ ସଂଧ୍ୟା ସାଢ଼େ ୫ଟାରେ ଏହି ମିଶନର ଶୁଭାରମ୍ଭ ହେବବୋଲି ଧାର୍ଯ୍ୟ କରାଯାଇଛି । ଆକ୍ସିଅମ ସ୍ପେଶ, ନାସା, ସ୍ପେଶ ଏକ୍ସ ଓ ଇସ୍ରୋର ମିଳିତ ଉଦ୍ୟମରେ ଏହି ମିଶନର ରୂପରେଖ ପ୍ରସ୍ତୁତ କରାଯାଇଛି । ୧୯୮୪ରେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ । ଅର୍ଥାତ୍ ୪ ଦଶନ୍ଧି ପରେ ଭାରତର ମହକାଶଚାରୀ ପୁଣିଥରେ ମହାକାଶକୁ ଯିବେ ।