ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଖଦାଳ ସାହିର ଗୋଟିଏ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ୨୩ ବର୍ଷୀୟ ବର୍ଷା ନାୟକ । ପ୍ରକାଶ ଯେ, ଆସିକା ବ୍ଲକ କୋଟିନଡ଼ା ଥାନା ଅଧୀନ ବଜ୍ରକୋଟ ଗ୍ରାମର ସୁଲତନା ନାହାକ ଓ ସୁଦାମ ନାହାକଙ୍କ ଝିଅ ଆସିକା ବ୍ଲକ ଦେବଭୂମି ଗ୍ରାମରେ ଗୋବିନ୍ଦ ନାୟକଙ୍କ ସହ ତିନି ବର୍ଷ ତଳେ ବିବାହ ହୋଇଥିଲା । ଆଜି ସକାଳେ ଦେବଭୂମି ଖାଦଳ ସାହି ସ୍ୱାମୀ ଗୋବିନ୍ଦ ନାୟକଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ବର୍ଷା ନାୟକଙ୍କ ମୃତ ଦେହ ମିଳିଥିବା ଖବର ପାଇ ମା’ସୁଲତନା ନାହାକ ଦେବଭୂମି ରେ ପହଞ୍ଚି ଝିଅର ଏହି ଅବସ୍ଥା ଦେଖି ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ଆସିକା ପୋଲିସ ଥାନା କେସ ନମ୍ବର ୩୧୦/୨୫ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ଆସିକା ପୋଲିସ, ଛତ୍ରପୁର ସାଇଣ୍ଟିଫିକ ଟିମ ଓ ଆସିକା ତହସିଲଦାର ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ଗୋବିନ୍ଦ ନାୟକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଏପଟେ ମୃତ ଦେହକୁ ଆସିକା ଉପଖଣ୍ଡ ଚିକିସôା ଲୟରେ ଶବ ବ୍ୟବଚ୍ଛେଦ ପରେ ସ୍ୱାମୀ ଘର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ଅନ୍ୟ ପଟେ ମୃତ ମହିଳାଙ୍କ ବାପାଘର ଲୋକେ ବଧୂହତ୍ୟାର ଅଭିଯୋଗ ଆଣିଛନ୍ତି କି ଗୋବିନ୍ଦ ବର୍ଷାଙ୍କୁ ପୂର୍ବରୁ ଅନେକ ଥର ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
