ଦୁର୍ଦ୍ଦିନରେ ବିତୁଛି ଅସହାୟ ପରିବାରଙ୍କ ଜୀବନ

 
ଖଇରାରୁ ବଳରାମ ଲେଙ୍କା: 
 ଗରିବ ଲୋକଙ୍କ ପାଇଁ ସରକାର ମାଳମାଳ ଯୋଜନାମାନ କରୁଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବରେ ଉକ୍ତ ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚô ପାରୁନାହିଁ । ଯାହାଫଳରେ ଗିରବ ଲୋକଟିଏ ଭାଗ୍ୟ ଆଦରି ଦୁଃଖ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଗଗନଧୁଳି ପଞ୍ଚାୟତ ମଛଦା ଗ୍ରାମରେ । 
ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚôତ ହୋଇ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି ଏହି ଗାଁର ଦିବ୍ୟାଙ୍ଗ ସନାତନ ମଲ୍ଲିକ (୩୦)ଙ୍କ ପରିବାର । ବାପା ବାହାଦୁର ୭ବର୍ଷ ତଳୁ ମୃତୁ୍ୟବରଣ କରିଥିବାବେଳେ ମା’ ଚଞ୍ଚଳା ମାନସିକ ଅଗ୍ରସର ବ୍ୟକ୍ତି ହୋଇଥିବାବେଳେ ସନାତନ ନିଜେ ଓ ଅବିବାହିତ ଭଉଣୀ ପାର୍ବତୀ ଶାରିରୀକ ଅକ୍ଷମ । ଦୁର୍ଭାଗ୍ୟକୁ ସନାତନଙ୍କର ୨ପୁତ୍ର ସନ୍ତାନ ଆୟୁଷ୍ମାନ(୫) ଓ ଅଭିଷେକ(୩) ମଧ୍ୟ ଜନ୍ମରୁ ଶାରିରୀକ ଅକ୍ଷମ । ପରିବାରର ୬ସଦସ୍ୟଙ୍କ ମଧ୍ୟରୁ ୫ଜଣ ଦିବ୍ୟାଙ୍ଗଙ୍କ ଜୀବନ ଏବେ ଅଭିଶପ୍ତ ହୋଇପଡିଛି । ଗୁଣ୍ଠେ ଚାଷଜମି ନ ଥିବାବେଳେ କେବଳ ୬ପ୍ରାଣୀଙ୍କ ଝାଟିମାଟି ଘର ହିଁ ଏକମାତ୍ର ବାସସ୍ଥଳୀ । ସନାତନ, ପାର୍ବତୀ ଓ ଚଞ୍ଚଳାଙ୍କୁ ମିଳୁଥିବା ଭତ୍ତା ଟଙ୍କା ଚଳିବା ପାଇଁ ସମୁଦ୍ରକୁ ଶଙ୍ଖେ ଥିବାବେଳେ ସନାତନ ହାଟ ବଜାରରେ ବାସନ ମାଜିବା କାମ ଓ ଭଉଣୀ ପାର୍ବତୀ ଘର ଘର ବୁଲି ଟୁ୍ୟସନ କରନ୍ତି । ପାର୍ବତୀ ବିଏ ପାସ୍ କରିଥିଲେ ହେଁ ପଇସା ଖର୍ଚ୍ଚ କରିପାରିଲେନି ବୋଲି ଦିବ୍ୟାଙ୍କ କୋଟାରେ ଚାକିରି ଖଣ୍ଡେ ମିଳିଲାନି । ବୈଶାଖ ମାସ ଝଡବର୍ଷାରେ ଝାଟିମାଟି ଛପର ଘରଟି ନଷ୍ଟ ହୋଇଯାଇଛି । ଯାହାଫଳରେ ଏବେ ସାମାନ୍ୟ ପବନ ଆସିଲେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରାତ୍ରିଯାପନ କରୁଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଘର ମରାମତି କିମ୍ବା ନିର୍ମାଣ ପାଇଁ କିଛି ସହାୟତା ମିଳିନଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିନଥିବାରୁ ଖରା ବର୍ଷା ଏବେ ଚିର ସହଚର ପାଲଟିଛି । ଭାଜପା ଯୁବନେତା ନିଳମାଧବ ପଣ୍ଡା ଦିବ୍ୟାଙ୍ଗ ସନାତନ ପରିବାରକୁ ଭେଟି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ମଦନ ମୋହନ ସାନ୍ତରାଁଙ୍କୁ ପଚାରିବାରେ ସରକାରୀସ୍ତରରେ ସହାୟତା ପାଇଁ ସେ ଯଥାସମ୍ଭବ ପ୍ରୟାସ ଜାରି ରଖିଥିବା କହିଛନ୍ତି ।