ଜହ୍ନା ବଳଦେବଜିଉ ମନ୍ଦିରର ନୂତନ ଟ୍ରଷ୍ଟ ବୋର୍ଡ ଗଠିତ
ପାଣିକୋଇଲି: ଜହ୍ନା ବଳଦେବଜୀଉ ମନ୍ଦିରର ନୂତନ ଟ୍ରଷ୍ଟ ବୋର୍ଡ ଗଠିତ ହୋଇଛି । ଦେବୋତ୍ତର କମିଶନରଙ୍କ ନିର୍ଦେଶନାମା ଅନୁଯାଇ ଅଭିଳାଷ ବୋଇତାଇ, ଚିନ୍ତାମଣି ପାଢୀ, ଚନ୍ଦ୍ରମଣି ବେହେରା, ବିଶ୍ୱଜିତ ନାୟକ,ପ୍ରୀତିରଞ୍ଜନ ସାହୁ, ବିକ୍ରମ କେଶରୀ ବିଶ୍ୱାଳ, ସଦାନନ୍ଦ ବେହେରା, ଅତନୁ ବିଶ୍ୱାଳ, ରାଜୀବ ଲୋଚନ ରାଉତ, ସନାତନ ଦାଶ, ଭବାନୀ ଶଙ୍କର ପାଢୀଙ୍କୁ ନୂତନ ସଦସ୍ୟ ଭାବେ ନିଯୁକ୍ତ କରାଯାଇ ଥିବାବେଳେ, ନକଲ ବ୍ୟାସନଗର ତହସିଲଦାର, ଜିଲ୍ଲା ପ୍ରଶାସନ, ମନ୍ଦିର ପରିଚାଳନା କମିଟି ଓ ସଦସ୍ୟମାନଙ୍କୁ ପଠାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ବୋର୍ଡ ନବନିଯୁକ୍ତ ସମସ୍ତ ସଦସ୍ୟ ବଳଦେବଜୀଉ ମନ୍ଦିର ପରିସରରେ ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରି ମନ୍ଦିରର ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ପାଠ କରିଥିଲେ । ସମସ୍ତ ସଦସ୍ୟ ରନô ସିଂହାସନରେ ବିଜେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିବା ପରେ ସମସ୍ତଙ୍କୁ ବଡ଼ପଣ୍ଡା ଗୋପବନ୍ଧୁ ପାଢ଼ୀ ଓ ପଣ୍ଡିତ ଗିରିଜା ଶଙ୍କର ପାଢ଼ୀ ପ୍ରଭୁଙ୍କ ଆଜ୍ଞାମାଳ ଓ ଉପଢୌକନ ଦେଇ ଅଭିମନ୍ତ୍ରିତ କରିଥିଲେ । ପରେ ମନ୍ଦିର କାର୍ଯ୍ୟାଳୟରେ ପୂର୍ବବର୍ଷ ମାନଙ୍କର ସମସ୍ତ ରେକଡ଼ ତନଖି କରାଯାଇ ଚଳିତ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଖସଡ଼ା ତିଆରି ହୋଇଥିଲା । ଦେବୋତର ବିଭାଗ ଅଧୀନ ଦୀର୍ଘ ୫ ଶହ ବର୍ଷର ଏହି ପୁରୁଣା ମନ୍ଦିରର ଭୂ-ସମ୍ପତିକୁ କିପରି ସୁରକ୍ଷିତ ରଖାଯିବ ସେନେଇ ସମସ୍ତେ ଯନôବାନ ହେବାକୁ ଆଲୋଚନା ହେବାସହ ବାର ମାସରେ ତେର ପର୍ବ ଓ ଦୈନନ୍ଦିନ ନୀତିକାନ୍ତିକୁ କିଭଳି ଆହୁରି ଶୃଙ୍ଖଳିତ କରାଯିବ ଓ ମନ୍ଦିରର ବିଭିନ୍ନ ଉନ୍ନତିକରଣ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ବୈଠକରେ ପରିଚାଳନା କମିଟି ପ୍ରଧାନ ଟ୍ରଷ୍ଟିଭାବେ ଅଭିଳାଷ ବୋଇତାଙ୍କୁ ମନୋନୀତ କରାଯାଇଥିଲା । ମନ୍ଦିର କର୍ମକର୍ତା କାମଦେବ ଦାଶ, ବିଦ୍ୟାଧର ସାହୁ ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ନାୟକ, ଆଶୁତୋଷ ସାହୁ, ହୃଷିକେଶ ସିଂହ, ନିମାଇଁ ପାଳ, ନିତ୍ୟାନନ୍ଦ ବିଶ୍ୱାଳ, ଲଷ୍ମୀଧର ଦାଶ, ନିରଞ୍ଜନ ନାୟକ ଭୋଦେବ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ