ଟେନିସରୁ ଅବସର ଇସାରା ଦେଲେ ଜୋକୋଭିକ୍
ନୂଆଦିଲ୍ଲୀ : କିମ୍ବଦନ୍ତୀ ତଥା ଶ୍ରେଷ୍ଠ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଆଜି ଟେନିସ୍ ଫ୍ରେଞ୍ଚ୍ ଓପନ୍ରୁ ପରାଜୟ କରିଛନ୍ତି । ଏହା ପରେ ସେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହିଠାରେ ଏହା ମୋର ଶେଷ ମ୍ୟାଚ୍ ହୋଇପାରେ ବୋଲି କହିଥିଲେ । ଯାହାକୁ ନେଇ ଜୋକଭିକ୍ଙ୍କ ସମର୍ଥକମାନେ ଦୁଃଖପ୍ରକାଶ କରିବା ସହ ତାଙ୍କ ମୁହଁରୁ ଏପରି ଶବ୍ଦକୁ ଆଦୌ ଗ୍ରହଣ କରିପାରିନାହାନ୍ତି । ତେବେ ସେ ସିଧାସଳଖ ପେସାଦାର ଟେନିସ୍ ଖେଳରୁ ଅବସର ଗ୍ରହଣ କରିବା ଉପରେ ସ୍ପଷ୍ଟୀକରଣ ଦେଇ ନ ଥିଲେ ସୁଦ୍ଧା ସେ ଖୁବ୍ଶୀଘ୍ର ଅବସର ଘୋଷଣା କରିପାରନ୍ତି ବୋଲି ଆଜି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।
ପ୍ୟାରିସର ଫିଲିପ୍ ଚାଟିଅର୍ କୋର୍ଟରେ ୨୦୨୫ ଫ୍ରେଞ୍ଚ ଓପନ୍ର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୋକଭିକ୍ ୩୮ବର୍ଷୀୟ ସର୍ବିଆନ୍ ଖେଳାଳି ସିନର୍ଙ୍କଠାରୁ ୪-୬, ୫-୭, ୬-୭ରେ ପରାସ୍ତ ହୋଇଥିଲେ । ଆଜି ମ୍ୟାଚ୍ ସବୁଠାରୁ ହୃଦୟସ୍ପର୍ଶୀ ଥିଲା । କାରଣ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏହି ମ୍ୟାଚ୍ରେ ଭେଟେରାନ୍ ଜୋକଭିକ୍ ତାଙ୍କ ବିପକ୍ଷ ସିନର୍ଙ୍କୁ ଶେଷ ସଟ୍ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିଥିଲେ । ତେବେ ଏହି ସେମିଫାଇନାଲ୍ରେ ସେ ସିଧାସଳଖ ସେଟରେ ହାରିଥିଲେ ମଧ୍ୟ ତାଙ୍କ ମନରେ କୌଣସି ଅବସାଦ ପରିଲକ୍ଷିତ ହୋଇ ନ ଥିଲା । ହାରିବା ପରେ ଜୋକୋଭିକ୍ କୋର୍ଟ ଛାଡିବା ସମୟରେ କିଛି ସମୟ ପାଇଁ ଅଟକିଯାଇଥିଲେ ଏବଂ ତାଙ୍କ ବ୍ୟାଗ୍ ତଳେ ରଖି ତାଙ୍କ ପ୍ରଶଂସକଙ୍କୁ ହାତ ହଲାଇଥିଲେ । ଏଣୁ ପ୍ରଶଂସକଙ୍କ ମନରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜୋକଭିକ୍ ଏହାର କାରଣ କହିଥିଲେ ।