ରକ୍ଷାବନ୍ଧନରେ ବାଧକ ସାଜିଲା ଡ଼ାକ ବିଭାଗ

 ଗୋପ : ଭାରତୀୟ କଳା ଓ ସଂକୃତି ଏବଂ ପରମ୍ପରା ହେଉଛି ପବିତ୍ର ରାକ୍ଷବନ୍ଦନ । ଚଳିତ ବର୍ଷ ୯ ତାରିଖରେ ପଡୁଛି ପବିତ୍ର ରକ୍ଷାବନ୍ଦନ ସେଥିପାଇଁ ଭଉଣୀର ରାଖୀଟି ଭାଇ ପାଖରେ ପହଞ୍ଚିବାରେ ଅହେତୁକ ବିଳମ୍ବ ହେତୁ ଭଉଣୀଙ୍କ ମନରେ ଦୁଃଖ । ଚଳିତ ମାସ ଏକ ତାରିଖରୁ ସମଗ୍ର ଭାରତ ବର୍ଷରେ ଭାରତୀୟ ଡାକସେବା ସଂପୂର୍ଣ୍ଣ ଠପ୍ ହୋଇଛି । ଖାଲି ଯେ ରାଖୀ ତା ନୁହେଁ ସ୍କୁଲ ଓ କଲେଜ ଆଦି ଅନେକ ଅନୁଷ୍ଠାନର ଅତ୍ୟାବଶୀକୟୀ ଦସ୍ତାବିଜ ସ୍ଥାନାନ୍ତରିତ ହୋଇପାରୁନି । କାରଣ ନୂତନ ସପ୍ଟୱାର କାର୍ଯ୍ୟକାରୀ ହେବା ସହିତ ଅପଡେଟ ହେଉଥିବା ହେତୁ ସମସ୍ତ ଜରୁରୀ କାର୍ଯ୍ୟ ବନ୍ଦ ରହିଛି ଡାକ ଘରେ । ଭାରତୀୟ ଡ଼ାକ ସେବା ବିଗତ କିଛି ବର୍ଷ ହେବ କୋମା ଅବସ୍ଥାରେ ଥିବାବେଳେ, ଗୋଟିଏ ମାତ୍ର ପରମ୍ପରାକୁ ଉଜ୍ଜୀବିତ ରଖିଥିଲା ରାଖୀକୁ ସ୍ଥାନାନ୍ତରିତ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଡାକ ସେବା । କିନ୍ତୁ ଚଳିତ ମାସରୁ ଭାରତୀୟ ଡାକ ସେବା ବନ୍ଦ ଯୋଗୁଁ ଭାଇ ଭଉଣୀର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିଛି । ଗୋପରେ ଥିବା ଡାକ ଘର ଗତ ୧ ତାରିଖ ଠାରୁ ସଂପୂର୍ଣ୍ଣ କୋମାରେ କହିଲେ ଚଳିବ । ଯାନ୍ତ୍ରିକ ତ୍ରୁଟିର ଫାଇଦା ଉଠାଉଛନ୍ତି ଡାକ ବିଭାଗୀୟ କର୍ମଚାରୀ । ୨ ଜଣ କର୍ମଚାରୀଙ୍କ ଉପରେ ଗୋପ ଡାକ ସେବା ନିର୍ଭର କରୁଛି, ଆଉ କାହାର ଦେଖାଦର୍ଶନ ନାହିଁ । ଏଣୁ କେନ୍ଦ୍ର ସରକାର ଏଥିପ୍ରତି ତୁରନ୍ତ ଦୁଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।