ଜାଭିୟର୍ସ ସ୍କୁଲ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟାମିକ ଶିକ୍ଷା ନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ


  •  ଭୁବନେଶ୍ୱର, ୩୦ା୮ : ସରକାରଙ୍କ ବିଭିନ୍ନ ଖୋଲାଖୋଲି ଭାବରେ ଉଲ୍ଲଘଂନ କରି ନିଜ ଇଛା ଅନୁଯାୟୀ ଫି ଆଦାୟ କରିବା, ଏସି ପାଇଁ ଜବରଜସ୍ତ ଟଙ୍କା ନେବା, ତଥ୍ୟ ବିହୀନ ବାର୍ଷିକ ଫି ଆଦାୟ କରିବା ଇତ୍ୟାଦିକୁ ନେଇ ଜାଭିୟର୍ସ ହାଇସ୍କୁଲ, ଖଣ୍ଡଗିରି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା, ଏହାକୁ ନେଇ ଜାଭିୟର୍ସ ସ୍କୁଲ, ଖଣ୍ଡଗିରି ଅଭିଭାବକ ସଂଘର ସାଧାରଣ ସମ୍ପାଦକ ଭୁମୋହନ ପଟ୍ଟନାୟକ ଶିକ୍ଷା ବିଭାଗ ତରଫରୁ ଏହାର ତଦନ୍ତ ନିମନ୍ତେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ  ଦିଆଯାଇଛି ।
     ସୂଚନା ଯୋଗ୍ୟଯେ, ପୂର୍ବରୁ ସରକାରଙ୍କ ବିଭିନ୍ନ ନିୟମକୁ ଅଣଦେଖା କରୁଥିବାରୁ ବିଇଓ ଏବଂ ନିଦେ୍ର୍ଦଶକ ନିଜ ତଦନ୍ତ ରିପୋର୍ଟର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ । କୋଭିଡ ମହାମାରୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଦେ୍ର୍ଦଶିତ ଫି ଛାଡ ନକରି ନିଜ ଇଚ୍ଛା ଅନୁଯାୟୀ ଫି ଛାଡ କରିଥିବାରୁ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ସ୍କୁଲର ମାନ୍ୟତା (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ରଦ୍ଧ କରିବାପାଇଁ ନିଦେ୍ର୍ଦଶ ଦେଇଥିଲେ, ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ବିଭାଗ ତରଫରୁ ନିଆଯାଇଥିବା ଏଭଳି କଠୋର ନିଷକପତିକୁ ବର୍ତ୍ତମାନ ନିମନ୍ତେ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ଯାହାକି ବିଚାରଧୀନ ଅଛି । ବିଭାଗ ତରଫରୁ ତଦନ୍ତ ନିମନ୍ତେ ନିଆଯାଇଥିବା ନିଷ୍ପତିକୁ ଅଭିଭାବକ ସଂଘ ସ୍ୱାଗତ କରିଛି ବୋଲି ସଂଘ ସାଧାରଣ ସମ୍ପାଦକ ଭୁମୋହନ ପଟ୍ଟନାୟକ ଜଣାଇବା ସହ ବିଭାଗ ତରଫରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବୀ କରିଛନ୍ତି ।