ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ବ୍ୟାସନଗର: ୨୦୨୦ ମସିହାରେ ଘଟିଥିବା ଏକ ହତ୍ୟାମାମଲାର ବିଚାର କରି ଯାଜପୁର ରୋଡ଼ ଅତିରିକ୍ତ ଜିଲା ଦୌରାଜଜ ହୃଷିକେଶ ଆଚାର୍ଯ୍ୟ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ପୈାରାଞ୍ଚଳ ନଟପଡ଼ାର ଶରତ ଚନ୍ଦ୍ର ମଲିକଙ୍କ ପୁଅ ସୈାମ୍ୟପ୍ରକାଶ (୩୮) ହୋଇଥିବା ବେଳେ ୫୦ହଜାର ଜରୀମାନା ଅନାଦେୟ ୬ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଖବର ମତେ ଦାନଗଦୀ ବ୍ଲକ ଅନ୍ତର୍ଗତ ନେଳିବାରି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଯୋଗମାୟା ଜେନା(୨୯) ଜଣେ ସହ ଶିକ୍ଷକ ମୋହିନୀ ମୋହନ ମୁଦୁଲୀଙ୍କ ସହ ରହୁଥିବା ପୈାରାଞ୍ଚଳ ସାପଗାଡ଼ିଆକୁ ଫେରୁଥିବା ବେଳେ ତା୯ା୭ା୨୦ରେ ଯାଜପୁର ରୋଡ଼-ଯୋକଡ଼ିଆ ରାସ୍ତାର ଖଣ୍ଡାହତା ନୋହରା ସାହି ଛକରେ ଛାଡ଼ପତ୍ର ଦେଇଥିବା ସ୍ୱାମୀ ସୈାମ୍ୟପ୍ରକାଶ ଅଟକାଇ ଝଗଡ଼ାଝାଂଟି କରିଥିଲା । ପରେ ସୈାମ୍ୟପ୍ରକାଶ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଶିକ୍ଷୟତ୍ରୀ ସ୍ତ୍ରୀ ଯୋଗମାୟାଙ୍କୁ ହାଣିବାକୁ ଲାଗିଥିଲା । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ଦୈାଡ଼ି ପଳାଉଥିବା ବେଳେ ସୈାମ୍ୟପ୍ରକାଶ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା ।
ଫଳରେ ପ୍ରବଳ ରକ୍ତସ୍ରାବ କାରଣରୁ ଘଟଣା ସ୍ତଳରେ ହିଁ ଯୋଗମାୟାଙ୍କ ମୃତୁ୍ୟ ଘଟିଥିଲା । ସୈାମ୍ୟପ୍ରକାଶର ଆକ୍ରମଣରେ ଶିକ୍ଷକ ମୋହିନୀ ମୋହନ ମଧ୍ୟ ଆହତ ହୋଇଥିଲା । ଯାହାଙ୍କୁ ପ୍ରଥମେ ଯାଜପୁର ରୋଡ଼ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ଼ ପୁଲିସ ପହଁଚି ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ମେଡ଼ିକାଲକୁ ପଠାଇଥିଲା । ଶିକ୍ଷୟତ୍ରୀଙ୍କ ମୃତୁ୍ୟକୁ ନେଇ ତାଙ୍କ ମାମୁଁ ସୂର୍ଯ୍ୟମଣି ମଲିକ୍ ଅଭିଯୋଗ କରି ଭାଣୀଜିକୁ ତା ସ୍ୱାମୀ ସୈାମ୍ୟପ୍ରକାଶ ହତ୍ୟା କରିଥିବା କଥା ଦର୍ଶାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଦଦନ୍ତ କରିବା ସହ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସାକ୍ଷ୍ୟ ପ୍ରମାଣକୁ ଭିତିକରି ବିଚାରପତି ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ସୈାମ୍ୟପ୍ରକାଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଥାଉକି ସୈାମ୍ୟପ୍ରକାଶ ୨୦୧୦ରେ ଯୋଗମାୟଙ୍କୁ ବିବାହ କରିଥିଲେ । ବିବାହର କିଛିମାସ ପରେ ଉଭୟଙ୍କ ମଧ୍ୟମରେ ମନମନାନ୍ତର ହୋଇଥିଲା । ଫଳରେ୨୦୧୯ ମସିହାରେ ଆଇନ୍ମତେ ଛାଡ଼ପତ୍ର ହୋଇଥିଲା ।