ପୋଷ୍ଟର ଚିରାକୁ ନେଇ ବିବାଦ; ଥାନାରେ ଅଭିଯୋଗ
ଦାନଗଦୀ, : ପୋଷ୍ଟର ଚିରାକୁ ନେଇ ଦାନଗଦୀ ବ୍ଲକ କୁମ୍ଭୀରଗଡ଼ିଆ ପଞ୍ଚାୟତ ମାରୁଟିକର ଗାଁରେ ବିବାଦ ଦେଖିବାକୁ ମିଳିଛି । ଯାହାକୁ ନେଇ ଥାନାରେ ଏତଲା ହୋଇଛି । ସନ୍ତୋଷ ଦଳାଇ ଓ ନରେଶ ଦଳାଇଙ୍କର ଫାଣ୍ଡିରେ ଅଭିଯୋଗ ମତେ ତାଙ୍କ ଗାଁର ବିଜେପି କର୍ମୀ ସୁବା ଦଳାଇ ଓ ବଳରାମ ଦଳାଇ ବିଳମ୍ବିତ ରାତିରେ ତାଙ୍କ ଦୋକାନ ଭାଙ୍ଗିଦେବା ସହ, ତାଙ୍କ ୱାର୍ଡରେ ବିଜେଡିର ଲାଗିଥିବା ପୋଷ୍ଟର ବ୍ୟାନର ଚିରି ଦେଇଥିଲେ । ଆଜି ସକାଳୁ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କ ପରିବାରକୁ ଗାଳିଗୁଲଜ କରିବା ସହ ମାରିଦେବା ପାଇଁ ଧମକ ଦେଇଥିଲେ । ଘଟଣା ପରେ ଦୁଇ ଗୋଷ୍ଠି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ପୁଲିସ ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ ପାଇଁ ମାରୁଟିକର ଗାଁରେ ପହଞ୍ଚିଥିଲା ।