ଉପଜିଲ୍ଲାପାଳଙ୍କ ବଦଳି ଆଦେଶ ପରିବର୍ତ୍ତନ
ଆନନ୍ଦପୁର : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ଚିଠି ନମ୍ବର ୨୫୨୨୯/୨୪.୦୭.୨୦୨୫ ଅନୁଯାୟୀ ଆଇଏସ ଅଧିକାରୀ ଶିବ ମାଲବ୍ୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଏହାର କିଛି ଘଣ୍ଟା ନପୂରୁଣୁ ତାଙ୍କ ବଦଳି ଆଦେଶରେ ପରିବର୍ତନ କରିଛନ୍ତି ସରକାର । ସରକାରୀ ନୋଟିଫିକେସନ ନମ୍ବର ୨୫୪୬୩/ଏଆଇଏସ ଆଇ ୨୫.୦୭.୨୫ ରିଖ ଅନୁଯାୟୀ ନୂତନ ଆଇଏସ୍ ଅଧିକାରୀ ଶିବ ମାଲବ୍ୟଙ୍କୁ ପରିବର୍ତ୍ତନ କରାଯାଇଥିବାବେଳେ, ନୋଟିଫିକେଶନ ନମ୍ବର ୨୫୪୬୪/ଏଆଇ ଏସ ଆଇ ଅନୁଶାରେ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ହଠାତ ୨୪ ଘଣ୍ଟା ମଧ୍ୟ୍ୟରେ ନିଯୁକ୍ତି ଏବଂ ନିଯୁକ୍ତିରେ ପରିବର୍ତନକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।