ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ସିଏସ୍ଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ୍ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି ପୁଣି ଥରେ ସମ୍ମାନିତ ହୋଇଛି । ଗୋଆର ପଞ୍ଜିମଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଜେଏସପିର ସଭାପତି ତଥା ଗ୍ରୁପ ହେଡ୍ (ସିଏସଆର୍) ପ୍ରଶାନ୍ତ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଆ ସିଏସଆର ଅଥରିଟିର ପ୍ରମୁଖ ପରାମର୍ଶଦାତା ଡ ଗୁରୁରାଜ, ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ କର୍ପ ଆଫେୟାରର ପୂର୍ବତନ ମହାନିଦେ୍ର୍ଦଶକ ଡ ଭାସ୍କର ଚାଟାର୍ଜୀ, ସିଏସ୍ଆର୍ ଟାଇମ୍ସର ସମ୍ପାଦକ ଓ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବିଭିନ୍ନ ଜୀବିକା ପ୍ରୋସôାହନ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକମାନଙ୍କର ସଶକ୍ତୀକରଣ ଓ ସାମାଜିକ ଦୁର୍ବଳଲୋକଙ୍କ ମଧ୍ୟରେ କ୍ଷୁଧା ନିବାରଣ କ୍ଷେତ୍ରରେ ଜେଏସପିର ଅତୁଳନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଇସ୍ପାତ ନିର୍ମାତା ଏହାର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ମାଧ୍ୟମରେ ବିଭିନ୍ନ ସମନ୍ୱିତ ସାମାଜିକ ବିକାଶ କାର୍ଯ୍ୟକ୍ରମ ପରିଚାଳନା କରୁଛି । ଯାହା ସାମାଜିକ ଦାୟିତ୍ୱ ଓ ନିରନ୍ତର ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ସଫଳତା ସମ୍ପର୍କରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପୂର୍ବରୁ ସିଏସଆର ଟାଇମ୍ସ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରାପ୍ତ ଶାଲୁ ଜିନ୍ଦଲ କହିଛନ୍ତି ଯେ, ଦୁଇଟି ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ପାଇବା ଆମ ପାଇଁ ଗୌରବର କଥା । ଜୀବିକା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଆମର ନିରନ୍ତର ପ୍ରୟାସକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି । ଜେଏସପିରେ, ଆମେ ବିଶ୍ୱାସ କରୁ ଯେ ଜୀବିକା ଉପାର୍ଜନ ଏକ ମୌଳିକ ଅଧିକାର ଓ ସମାଜରେ ଜୀବିକା ଅସମାନତାକୁ ଦୂର କରିବା ପାଇଁ ଆମେ କାର୍ଯ୍ୟ କରୁଛୁ । କୁରୁକ୍ଷେତ୍ର ଲୋକସଭାରୁ ତୃତୀୟ ଥର ସାଂସଦ ହୋଇଥିବା ନବୀନ ଜିନ୍ଦଲଙ୍କ କ୍ଷୁଧା ମୁକ୍ତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ଜେଏସପି ଫାଉଣ୍ଡେସନ ଏହାର ଅଧ୍ୟକ୍ଷ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଦେଶର ଅବହେଳିତ ଓ ଅସହାୟ ବର୍ଗଙ୍କ ପାଇଁ ମିଶନ ଜିରୋ ହଙ୍ଗର କାର୍ଯ୍ୟକାରୀ କରୁଛି ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜେଏସପିର ସିଏସଆର ଗୃପ ହେଡ ହୋତା କମ୍ପାନୀର ସିଏସଆର କାର୍ଯ୍ୟକ୍ରମଗୁଡିକର କିପରି ‘ନିରନ୍ତର ବିକାଶ ଲକ୍ଷ୍ୟ’ ସହିତ ସମନ୍ୱୟ କରାଯାଇଛି ତାହା ଉପରେ ଆଲୋକପାତ କରିଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ କାର୍ଯ୍ୟ ଓ ମୂଲ୍ୟାଙ୍କନ ମେଟ୍ରିକ୍ସର ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । କର୍ପୋରେଟ୍ ସାମାଜିକ ଦାୟିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସପି ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇ ଏକ ଅଗ୍ରଣୀ କମ୍ପାନୀ ଭାବରେ ପ୍ରତିଷ୍ଠିତ ହୋଇପାରିଛି ।