ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ

 ସୁକିନ୍ଦା: ପବିତ୍ର ନେତ୍ର ଉତ୍ସବ ଅବସରରେ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶହଶହ ଭକ୍ତ । ୧୧ତାରିଖ ସ୍ନାନ ପୂର୍ଣ୍ଣିମା ରାତିରୁ ପ୍ରଭୁ ଅଣସରରେ ଥିଲେ । ଦୀର୍ଘ ୧୫ଦିନ ପରେ ଆଜି ନେତ୍ର ଉତ୍ସବ ଅବସରରେ ପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଜନସମାଗମ ଦେଖିବାକୁ ମିଳିଥିଲା । ଆସନ୍ତା କାଲି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ସୁକିନ୍ଦା ମନ୍ଦିର ସରକାରଙ୍କ ଦେବୋତର ବିଭାଗ ଦ୍ୱାରା ପରିଚାଳିତ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟର ପ୍ରସ୍ତୁତି ଆରମ୍ଭ ହୋଇଛି । ଦେବୋତର ମୁଖ୍ୟ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି ।