ଜିଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ

ବୌଦ୍ଧ: ବୌଦ୍ଧ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ସ୍ଥାନିୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ସରକାର ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ଯେଉଁ ଯୋଜନା ପ୍ରଣୟନ କରିଛନ୍ତି ତାକୁ ହିତାଧିକାରୀଙ୍କ ନିକଟରେ ପହିଁଞ୍ଚôବା ଦରକାର । ଏଥିପାଇଁ ବିଭାଗ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରିବାସହ ଦଲାଲ ମୁକ୍ତ ଭାବେ ସହଯୋଗ ରାଶି ପହଂଚିବା ଦରକାର । ଏଥିରେ ଖିଲାପ ଦେଖାଗଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିସହ ଜିଲ୍ଲାରେ ପଂଜିକୃତ ୬୭ହଜାର ନିର୍ମାଣ ଶ୍ରମିକ ପୁନଃ ଯାଂଚ କରାଯିବାନେଇ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା , ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲଙ୍କ ସମେତ  ବୌଦ୍ଧ ପଞ୍ଚାୟତ ସମିିତି ଅଧ୍ୟକ୍ଷ  ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଯୋଗ ଦେଇଥିଲେ । ଜିଲ୍ଲପାଳ ଶ୍ରୀ ପଣ୍ଡା ଶ୍ରମିକ ମାନଙ୍କୁ ବିଶ୍ୱ କର୍ମା ବୋଲି କହିବା ସହ ସରକାରଙ୍କ ଏହି ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ଯୋଜନା ଦ୍ୱାରା ହିତାଧିକାରୀ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପିଲାଙ୍କୁ ପାଠ ପଢାଇବାସହ, ବିବାହ, ପ୍ରସୂତୀ, ମୃତୁ୍ୟ,ଅନ୍ତେଷ୍ଟିକି୍ରୟା ପାଇଁ ସହାୟତା ପାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ କରିଚାଳନା କରିଥିଲେ । ଏହି ସମାରୋହରେ ସମସ୍ତ ଟ୍ରେଡ ୟୁନିୟନର କର୍ମକର୍ତ୍ତା, ନିର୍ମାଣ ଶ୍ରମିକ,ଅଧିକାରୀ ଓ କର୍ମଚାରୀ  ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରମିକ ମାନଙ୍କୁ ପଂଜିକରଣ ପତ୍ର ପ୍ରଦାନ ସହ ୪୬୭ ଜଣ ହିତାଧିକାରୀଙ୍କୁ ୨ କୋଟି ୯୩ ଲକ୍ଷ ୪୨ ହଜାର ଟଙ୍କା ଡିବିଟି ମୋଡରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ।