ଅବକାରୀ ଚଢ଼ାଉ, ଜଣେ ଗିରଫ
ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧ୍ୟକ୍ଷକ ପ୍ରତାପ କୁମାର ଦାସଙ୍କ ନିଦେ୍ର୍ଦଶକ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲୀପ କୁମାର ରଥଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ନବରଙ୍ଗପୁର ଥାନା ଅଧୀନ ହିଲି ଡଙ୍ଗରି ଗ୍ରାମ ନିକଟରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଜଣକ ହେଲେ କେଶବ ଜାନି । ତାଙ୍କ ନିକଟରୁ ୬୦ ଲିଟର ସଲପ ଓ ଏକ ସ୍କୁଟର ଜବତ କରାଯାଇଛି । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ବରଙ୍ଗପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଚଢ଼ାଉରେ ରେଶମା ସୁନା, ଆକ୍ରମ ଖାନ, ଦେବେନ୍ଦ୍ର ସମରଥ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।