ମହୁମାଛି ଆକ୍ରମଣରେ ୧୫ ଆହତ
ଭଣ୍ଡାରୀପୋଖରୀ : ମହୁମାଛି ଆକ୍ରମଣରେ ୧୫ ଶ୍ରଦ୍ଧାଳୁ ଆହତ । ମାଳଦା ପଞ୍ଚାୟତ ଜଳହରୀ ଶନି ମନ୍ଦିରର ଗୁରୁବାର ଅନୁଷ୍ଠିତ ବାର୍ଷିକ ପୂଜା ଅବସରରେ ସ୍ଥାନୀୟ ସାରସ୍ୱତ ଉଚ୍ଚ ବିଦ୍ୟାପୀଠ ପରିସରରେ ପ୍ରସାଦ ସେବନ ଚାଲିଥିବା ବେଳେ ସ୍କୁଲ ହତା ବରଗଛ ଉପରେ ବସା ବାନ୍ଧିଥିବା ୨ଟି ବାଘୁଆ ମହୁମାଛି ବସାରୁ କୌଣସି କାରଣରୁ ହଜାର ହଜାର ମହୁମାଛି ଉଡ଼ି ଆସି ଶ୍ରଦ୍ଧାଳୁ ମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବସାକୁ ଟେକା ମାରିବା ଅଥବା ପୂଜାରେ ବିଭ୍ରାଟ କାରଣରୁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ପୁରୁଖା ଲୋକେ ମତ ପ୍ରକାଶ କରିଛନ୍ତି ।