ଜିଲ୍ଲା ଉନ୍ନୟନ ସମନ୍ୱୟ ବୈଠକ
କେନ୍ଦ୍ରାପଡା: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନୁଷ୍ଠିତ ହୋଇଠି । ଏଥିରେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଉପରେ ଆଲୋଚନା କରାଯାଇଥିଲା । ପରେ ଏହି ବୈଠକରେ ବିଷୟବସ୍ତୁ ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନର ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ବୈଠକରେ ଦୁର୍ଗା ପ୍ରସନ ନାୟକ, ବିଧାୟକ ମହାକାଳପଡା, ଗଣେଶ୍ୱର ବେହେରା, ବିଧାୟକ କେନ୍ଦ୍ରାପଡା, ପ୍ରତାପ କେଶରୀ ଦେବ, ବିଧାୟକ ଆଳି, ବିଧାୟକ ରାଜନଗରଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ପଂଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ପୌରପରିଷଦ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ଓ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ସମ୍ଭାଷଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।