ଜିଲ୍ଲା ବିଜେପି କାର୍ଯ୍ୟାଳୟ ପ୍ରତିଷ୍ଠା

 ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଆଁଳାରେ ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନାଙ୍କ ପୌରାହିତରେ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଛି । ଏହି ପରିପ୍ରେକ୍ଷୀରେ ଗୃହ ପୂଜା କାର୍ଯ୍ୟକ୍ରମରେ ଶ୍ରୀ ବଡ଼ଜେନା ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋସ୍ନାମୟୀ ବଡଜେନା ବସିଥିଲେ । କାର୍ଯ୍ୟକ୍ରମରେ ମନୋଜ ନନ୍ଦ, ପ୍ରତାପ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରଦୋଷ ଜେନା, ମଣ୍ଡଳ ପ୍ରତିନିଧି ପ୍ରଶାନ୍ତ ବେହେରା, ନଗର ସଭାପତି ତିରୁପତି ଶତପଥୀ, ସଂଗ୍ରାମ ସାମନ୍ତ ସିଂହାର, ମନୋରଞ୍ଜନ ବଡଜେନା, ବବିତା ଜେନା, ଲିଟୁରଞ୍ଜନ ରାଉତରାୟ, ନଗର ସମ୍ପାଦକ ପରେଶ ପଟ୍ଟନାୟକ, ସୁରେଶ ପ୍ରଧାନ, ପରେଶ ମିଶ୍ର, ପ୍ରକାଶ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।