‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜରେ ବନହୋତ୍ସବ ସପ୍ତାହ ପରିପ୍ରେକ୍ଷୀରେ "ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ପ୍ରୋଗ୍ରାମ ଅଫିସର ଡ. ଜୟନ୍ତ ମଲିକ ଓ ପ୍ରଫେସର ଜ୍ୟୋତିପୁଷ୍ପା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଅଜୟ କୁଣ୍ଡ, ଗାଲେଖ ଚନ୍ଦ୍ର ଧଳ, ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ, ଆକାଉଣ୍ଟ ଜୟନ୍ତ ମଥାନଙ୍କ ସମେତ ସଂସ୍ଥାର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।