ଗାଁରାସ୍ତା ସଫା କଲେ ସ୍ୱେଚ୍ଛାସେବୀ
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ଉକôଳ ଗୌରବ ସେବା ସଂସଦର ସଭ୍ୟ ଗ୍ରାମର ପ୍ରମୁଖ ରାସ୍ତା ମାନଙ୍କରେ ଜମି ରହିଥିବା ଅଳିଆ ଆବର୍ଜନାକୁ ଉଠାଇବା ସହ ରାସ୍ତା ଉପରକୁ ମାଡିଆସିଥିବା ଅନାବନା ଗଛଲତାକୁ କାଟି ସଫା କରିଛନ୍ତି । ସଫେଇ କାଯ୍ୟକ୍ରମରେ ସଂସଦର ଉପଦେଷ୍ଟା ରାକେଶ ଦେଓ, ପ୍ରଦୀପ ଦାସ, ସଭାପତି ଜିତେନ୍ଦ୍ର ପ୍ରସାଦ ସାହୁ, ଉପସଭାପତି ନିତ୍ୟାନନ୍ଦ ରାଉତ, ସମ୍ପାଦକ ନିରାକାର ବେହେରା, ସହ ସମ୍ପାଦକ ମହେଶ ବେହେରା, କୋଷାଧକ୍ଷ ପ୍ରଭାତ ଘଡାଇ ସଭ୍ୟ ଅମିୟ, ଅମରେଶ, ଫିନୁ, ସୋମୁ, ଟନି, ଚକରା, ଗୁଡୁ, ନୀଳ, ବବୁଲା, ଚିତରଞ୍ଜନ, ଚୈତନ, କୁନନ, ରାଜେଶ, ଅକ୍ଷୟ, ବଳରାମ, ପଙ୍କଜ, ପପୁନି ଓ ଶତ୍ରୁଘନଙ୍କ ସମେତ ବହୁ ସଦସ୍ୟ କାଯ୍ୟକ୍ରମରେ ସହଯୋଗ କରିଥିଲେ ।