ପ୍ରାଣୀ ବିଜ୍ଞାନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା
ବୁଗୁଡ଼ା: ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଉପଲକ୍ଷେ ବିଦାୟ ଉସôବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ, ଅଧ୍ୟାପିକା ପ୍ରତୀକ୍ଷା ସାହୁ ଓ ମଧୁସ୍ମିତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଧ୍ୟୟନ କାଳର ସ୍ମୃତି ଓ ଅନୁଭୂତିକୁ ବ୍ୟକ୍ତ କରିଥିଲେ ଏବଂ ସେମାନଙ୍କୁ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସହ ଉପହାର ପ୍ରଦାନ କରିଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ରକିତା ସାହୁ ସଙ୍ଗୀତ ଗାନ କରିଥିବା ବେଳେ ପରିଶେଷରେ ସେମିନାର ସହ-ସମ୍ପାଦିକା ଯାଜ୍ଞସେନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ପରିଚାଳନା କରିଥିବା ବେଳେ କର୍ମଚାରୀ ଯତନ କୁମାର ନାୟକ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।