ସହରରେ ସିସିଟିଭି ଲଗାଇବାକୁ ଦାବି

 ସୋନପୁର: ସୋନପୁର ସଦର ମହକୁମାରେ ଦିନକୁ ଦିନ ଚୋରି, ଡାକାୟତି, ଲୁଟ୍ପାଟ, ରାହାଯାନି ଆଦି ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ବିଭାଗ କାର୍ଯ୍ୟରତ କର୍ମଚାରୀ ଠାରୁ ଆରମ୍ଭ କରି ବୃଦ୍ଧିଜୀବୀମାନଙ୍କ ଘରୁ ଚୋରି ଘଟଣା ସହରବାସୀଙ୍କୁ ବ୍ୟଥିତ କରିଛି । ସହରରେ ବଢୁଥିବାର ଅପରାଧି ମାମଲା ସହ ଅସାମାଜିକ ତତ୍ତ୍ୱ ନେଇ ସାଧାରଣ ଉଦ୍ବେଗ ପ୍ରକାଶ ପାଇଛି । ଏବେ ସହରରେ ବିଭିନ୍ନ ମୁଖ୍ୟ ଛକ ସହ ସମ୍ବେଦନଶୀଳ ସ୍ଥାନମାନଙ୍କ ସିସିଟିଭି ଲଗାଇବାକୁ ଦାବି ହେଉଛି । ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ମନ୍ଦିର ଚୋରି ଘଟଣା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିଲା । ମା’ଙ୍କର ୨୦ଭରି ମୁକୁଟ ଓ ୨ଟା ଛତ୍ର ଚୋରିକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହି ଘଟଣାରେ ପୋଲିସ ୨ଜଣ ଚୋର ଗିରଫ କରିଛି ।